www.samajalive.in
Monday, December 8, 2025
27.1 C
Bhubaneswar

ଫୁଲବାଣୀରେ ମିଳୁନି ଶବଦାହ ପାଇଁ କାଠ

ଫୁଲବାଣୀ: ଶବଦାହ ପାଇଁ ଫୁଲବାଣୀ ସହରରେ କାଠ ମିଳୁନାହିଁ। ଆଜି ଗଣମାଧ୍ୟମ ପ୍ରତିନିଧି ରାଜୁ ନାୟକଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ଶବ ସତ୍କାର ପାଇଁ ବନ ବିଭାଗର କାଠ ଡିପୋରେ କାଠ ମିଳି ନଥିଲା। ଏପରିକି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ କାଠ ମିଳି ନ ଥିବା ବେଳେ ଶେଷରେ ବହୁ ଆଡୁ ଚେଷ୍ଟା କରି ପୁଲିସ ବିଭାଗରେ ଗଛିତ ଥିବା କାଠ ଆଣି ତାଙ୍କର ଶବ ସତ୍କାର କରାଯାଇଥିଲା। କନ୍ଧମାଳରେ ପର୍ଯ୍ୟାପ୍ତ ଜଙ୍ଗଲ ଥିବା ବେଳେ ଡ଼ିପୋରେ କାଠ ମିଳୁ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ନିକଟରେ ରାସ୍ତା ଚଉଡା ପାଇଁ ଜିଲ୍ଲାରେ ଶହ ଶହ ଗଛ କଟା ଯାଇଥିବା ବେଳେ ସେହି ସବୁ କାଠ କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାସୀ ସୃଷ୍ଟି ହୋଇଛି। ଅନ୍ତତଃ ଶବ ସତ୍କାର ପାଇଁ ଡିପୋରେ କାଠ ଗଛିତ ରଖିବାକୁ ସାଧାରଣରେ ଦାବି ହୋଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories