www.samajalive.in
Monday, December 8, 2025
27.1 C
Bhubaneswar

ତଲାବିରା କୋଇଲା ଖଣିରେ ସ୍ଥାୟୀ ନିଯୁକ୍ତି ଦାବିରେ ରିଲେ ଅନଶନ

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠିତ ତଲବିରା(୨) ଏବଂ (୩) କୋଇଲା ଖଣିରେ ସ୍ଥାୟୀ ନିଯୁକ୍ତି ଦାବିରେ ସ୍ଥାନୀୟ କର୍ମଜୀବି ଏକତା ସଙ୍ଗଠନ ପକ୍ଷରୁ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରିଲେ ଅନଶନ ଆରମ୍ଭ କରାଯାଇଛି। ପ୍ରକଳ୍ପରେ ଜମି ହରାଇଥିବା ବରିଷ୍ଠ ନାଗରିକ ଉପର ଦୀପ , କୁମାରୀ ଜ୍ୟୋସ୍ନା ଦୀପ ଏବଂ ଏମସିଏ ଛାତ୍ର କିଶୋର ରୋହିଦାସ ଆଜି ସକାଲ ୬ଟାରୁ ଅମରଣ ଅନଶନରେ ବସିଥିବା ଜଣାପଡ଼ିଛି।

ରିଲେ ଅନଶନ ସକାଲ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ସଙ୍ଗଠନର ସମ୍ପାଉଦକ ଉମାକାନ୍ତ ନାଥ କହିଛନ୍ତି। ଆଜି ସଙ୍ଗଠନର ସଂସ୍ଥାପକ ହେମନ୍ତ କୁମାର ପାଣ୍ଡେ, ସମ୍ପାଦକ ଉମାକାନ୍ତ ନାଥ, ବିଜୟ କୁମାର ଭୋଇ, ରାଜେଶ କୁମାର ତିଓାରୀ, ଧିରେନ୍‍ ପ୍ରଧାନ, ଅଜୟ ନାଥ, ଜିତୁ ନାଥ, ଅଜୟ ବୁଧିଆ ପ୍ରମୁଖଙ୍କ ନେତୃତ୍ୱରେ ସଙ୍ଗଠନ କାର୍ଯ୍ୟାଳୟରୁ ଲୋକେ ଏକ ଶୋଭାଯାତ୍ରା ବାହାରି ଅନଶନସ୍ଥଳକୁ ପହଞ୍ଚିଥିଲେ। ସେଠାରେ ମହାତ୍ମାଗାନ୍ଧିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କଲାପରେ ଆନ୍ଦୋଳନକୁ ସଫଳ କରିବାପାଇଁ ସମସ୍ତେ ଶପଥ ନେବାକୁ କର୍ମକର୍ତ୍ତାମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories