www.samajalive.in
Monday, December 8, 2025
20.1 C
Bhubaneswar

୧୨ ବର୍ଷ ହେଲା ଖଟରେ କଟୁଛି ନିଶ୍ଚଳ ଜୀବନ: ସହାୟତା ପାଇଁ ଟ୍ୱିଟ୍‍ କଲେ ମୁଖ୍ୟମନ୍ତ୍ରୀ, ତଥାପି ପ୍ରତିବନ୍ଧକ ସାଜିଛି ପ୍ରମାଣପତ୍ର

ରେଙ୍ଗାଲି: ଗତ ୨୭ ତାରିଖ ଦିନ ଦୈନିକ ସମାଜ ସମ୍ବଲପୁର ସଂସ୍କରଣ ରେ “୧୨ ବର୍ଷ ହେଲା ଖଟରେ କଟୁଛି ନିଶ୍ଚଳ ଜୀବନ” ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶିତ ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଟ୍ୱିଟରରେ ଟ୍ୱିଟ୍‍ କରି ୧୨ ବର୍ଷ ହେଲା ଖଟରେ ପଡ଼ି ନିଶ୍ଚଳ ଜୀବନ କାଟୁଥିବା ମଲ୍ଲୀ ଭୋଇଙ୍କୁ ଭିନ୍ନକ୍ଷମ ପ୍ରଦାନ କରିବା ସହିତ ଅନ୍ୟ ଆବଶ୍ୟକ ଚିକିତ୍ସା ସହାୟତା ପ୍ରଦାନ କରିବା ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦଶ ଦେଇଥିବାର ଜଣାପଡ଼ିଛି।

ଟ୍ୱିଟ୍‍ ପରେ ରେଙ୍ଗାଲି ବ୍ଳକ୍‍ ଉନ୍ନୟନ ଅଧିକାରୀ ଶଙ୍କରପ୍ରସାଦ ସାହୁ ତତ୍ପରତା ପ୍ରକାଶ କରି ଖଟରେ ନିଶ୍ଚଳ ଜୀବନ କାଟୁଥିବା ମଲ୍ଲୀ ଭୋଇଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ନଥିବାରୁ ମଲ୍ଲୀ ଭୋଇ ପାଇଁ ଅନ୍‍ଲାଇନରେ ଭିନ୍ନକ୍ଷମ ପ୍ରମାଣପତ୍ର ଦେବାକୁ ଆବେଦନ କରାଇଥିବାର ଜଣାପଡ଼ିଛି । ତେବେ ମଲ୍ଲୀ ଭୋଇଙ୍କୁ ଅନ୍‍ଲାଇନରେ ଭିନ୍ନକ୍ଷମ ପ୍ରମାଣପତ୍ର ଦେବା ସଂକ୍ରାନ୍ତରେ ସମାଜର ରେଙ୍ଗାଲି ବ୍ଳକ୍‍ ସମ୍ବାଦଦାତା ସିଡିଏମଓ ଙ୍କୁ ଫୋନ୍‍ ମାଧ୍ୟମରେ ଅନୁରୋଧ କରିଥିବା ବଳେ ୧୨ ବର୍ଷ ହେଲା ମଲ୍ଲୀ ଭୋଇ କଣ କରୁଥିଲା ଯେ ଭିନ୍ନକ୍ଷମ ପ୍ରମାଣପତ୍ର ନେଇପାରିଲା ନାହିଁ ବୋଲି ଉତ୍ତର ଦେବା ସହିତ ଏବେ କରୋନା ପାଇଁ ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ସାର୍ଟିଫିକେଟ୍‍ ପ୍ରଦାନ ପାଇଁ ଗଠିତ ବୋର୍ଡର ବୈଠକ ବସୁନାହିଁ । ସେହି ବୋର୍ଡ ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ଦିଏ ବୋଲି କହିଥିଲେ। ସିଡିଏମଓ ଙ୍କ ଏତାଦୃଶ ଉତ୍ତର ପରେ କରୋନା କଟକଣା ଥିବା ଯାଏ ଏବଂ ତଥାକଥିତ ଭିନ୍ନକ୍ଷମ ବୋର୍ଡ ନବସିବା ଯାଏ ମଲ୍ଳୀ ଭୋଇକୁ ସାର୍ଟିଫିକେଟ ମିଳିବ ନାହିଁ ଏହା ସ୍ପଷ୍ଟ ଜଣାପଡୁଛି।

- Advertisement -

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଲଇଡା ଭୂୟାଁପଡା ରେ ରହୁଥିବା ଭୂମିହୀନ ଗରିବ ମଲ୍ଲୀ ଭୋଇ ନାମ୍ନୀ ୩୪ ବର୍ଷ ବୟସ୍କା ମହିଲା ସ୍ନାୟୁବିକ ରୋଗରେ ଆକ୍ରାନ୍ତ ବେବା ଫଳ ରେ ହାତଗୋଡ ତଥାସମ୍ପୂର୍ଣ ଶରୀର ଅକାମୀ ହୋଇଯାଇଛି।ସେ ଗତ ୧୨ ବର୍ଷ ହେଲା ଖଟରେ ନିଶ୍ଚଳ ହୋଇ ପଡ଼ି ରହିଛନ୍ତି। ପରିବାର ଲୋକେ ଧରକି ଉଠେଇଲେ ଉଠିକି ବସି ପାରୁଛନ୍ତି କିନ୍ତୁ ନିଜ ହାତରେ ଖାଇ ପାରୁନାନାହାନ୍ତି। ଝାଡା, ପରିଶ୍ରା ଆଦି ଶୌଚକର୍ମ ଖଟରେ କରିବା ଛଡା ଆଉ ତାଙ୍କ ପାଖ ରେ ଅନ୍ୟ କୌଣସି ଉପାୟ ନାହିଁ। ମଲ୍ଲୀ ଭୋଇଙ୍କ ଜମିବାଡି କିଛି ନାହିଁ। ପଞ୍ଚାୟତରୁ ୫କିଲୋ ଚାଉଲ ମିଳୁଛି। ସ୍ୱାମୀ ଏବଂ ଦୁଇ ପୁଅ କାମଧାମ କରି ଯାହା ମଜୁରୀ କରିଆଣନ୍ତି ସେତିକିରେ ଯେନେତେନ ପ୍ରକାରେ ପରିବାର ପ୍ରତିପାଳିତ ହେଉଛନ୍ତି। ଏମିତିରେ ବେଡି ଉପରେ କୋରଡା ମାଡ ଭଲି ୧୨ ବର୍ଷ ହେଲା ସ୍ନାୟୁବିକରେ ପୀଡିତ ମଲ୍ଲୀ ଭୋଇର ଉପଯୁକ୍ତ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଗରିବ ପରିବାରଙ୍କୁ ଚିକିତ୍ସା ସହାୟତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ହେଁ ମଲ୍ଲୀ ଭୋଇଙ୍କ ଭଲି ଅଳ୍ପ ଶିକ୍ଷିତ ଗରିବ ପରିବାର ପାଇଁ ତଥା କଥିତ ସରକାରୀ ସହାୟତା ଯୋଜନା ପାଇଁ ଆବଶ୍ୟକ କାଗଜାତ ପୂରଣ ଏବଂ ଆବେଦନ କରି ସହାୟତା ହାସଲ କରିବା ସମ୍ଭବ ହୋଇ ପାରୁନାହିଁ। ଫଳରେ ଖଟରେ ପଡ଼ି ମୃତ୍ୟୁ ସହିତ ସଂଗ୍ରାମ କରିବା ଛଡା ମଲ୍ଲୀ ଭୋଇଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories