www.samajalive.in
Thursday, December 11, 2025
27.1 C
Bhubaneswar

ଅସହାୟ ମାଆକୁ ସହାୟତାର ହାତ ବଢାଇଲେ କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ 

ଗଡମଧୁପୁର: ଧର୍ମଶାଳା ବ୍ଲକ ଏଣ୍ଡଳବା ଗାଁରେ ଏକ ୭ମାସର ଶିଶୁପୁତ୍ର ଲୁଗା ଦୋଳିରୁ ପଡ଼ି ଗୁରୁତ୍ତର ଆହାତ ହୋଇଥିବା ଖବର ଉପରେ ମର୍ମାହତ ହୋଇ ଡାକ୍ତରୀ ସହାୟତ ସହିତ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଥିଲେ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ନିହାର ରଞ୍ଜନ କର। ଆହାତ ଶିଶୁପୁତ୍ରକୁ ଭଲ କରିବାକୁ ଅର୍ଥର ଘୋର ଅଭାବ ଥିବା ସମାଜରୁ ପଢିବା ପରେ ସ୍ଥାନୀୟ ପ୍ରତିନିଧି ବସନ୍ତ ନାୟକଙ୍କୁ ଯୋଗାଯୋଗ କରିଥିଲେ। ପ୍ରଥମେ ତାର ସ୍ୱାସ୍ଥ୍ୟବସ୍ଥାର ବାସ୍ତବ ତଥ୍ୟ ଜାଣିବା ପାଇଁ ଅଗଗ୍ରହ ପ୍ରକାଶ କରି ସିଟିସ୍କାନ ଓ ଏମଆରଆଇ ରିପୋର୍ଟ ମଗାଇଥିଲେ। ମସ୍ତିସ୍କରେ ସୃଷ୍ଟି ହୋଇଥିବା ଆଘାତ ପ୍ରଥମରୁ ଗୁରୁତ୍ତର ଥିବା ଓ ଔଷଧ ସେବନ କରିବାରୁ ତାହା ଆଉ ଅସ୍ତ୍ରୋପଚାର କରିବାକୁ ପଡ଼ିବା ନାହିଁ ଜାଣିବାକୁ ପାଇଲେ। ତଦନୁଯାଇ ପିଲା ପାଖରେ ରହିଥିବା ରୋଗୀ ସମ୍ପର୍କୀୟଙ୍କୁ ଯୋଗାଯୋଗ କରି ଅଧିକ ଖର୍ଚ୍ଚ ହେବାର ନଥିବାରୁ ୮୦୦୦ଟଙ୍କା ଫୋନ ପେ ମାଧ୍ୟମରେ ପଠାଇ ନିଜର ମହାନତା ଦେଖାଇଛନ୍ତି। ତାଙ୍କ କହିବା ଅନୁଯାଇ ଏହି ଗରିବ ଅସହାୟ ପିଲାଟିର ଆରୋଗ୍ୟ ଚିନ୍ତାରେ ମାଆଟିର ମନୋବଳ ଭାଙ୍ଗି ଯିବା ସହିତ ଆଶଂକା ମଧ୍ୟରେ ରହିଛି। ଏ ଭଳି ସମୟରେ ତାକୁ ସାହାଯ୍ୟ କରିବା ମାନବିକତାର ପରିଚୟ। ଯେଉଁ ମାନେ ଏହି ପିଲାକୁ ସହାୟତାର ହାତ ବଢାଇଛନ୍ତି ସେମାନେ ମହାନ। ଖବର ଅନୁଯାଇ ଏଣ୍ଡଳବା ଗାଁର ସ୍ୱର୍ଗତ ପରମାନନ୍ଦ ତରାଇଙ୍କ ସାନଝିଅ କବିତା ତରେଇ ୨୦୧୯ରେ ଯାଜପୁର ରୋଡ ନିକଟସ୍ଥ ତରାପୁର ଗାଁରେ ବିବାହ କରିଥିଲେ। କିଛି ଦିନ ପରେ ସେ ଏକ ପୁତ୍ର ସନ୍ତାନର ମାଆ ହୋଇଥିଲେ। ପାରିବାରିକ କଳହରୁ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେବାରୁ ସେ ଏକମାତ୍ର ୭ମାସର ଶିଶୁ ପୁତ୍ର ସହିତ ବିଧବା ମାଁଙ୍କ ପାଖରେ ରହୁଥିଲେ। ମାଆ ନିଜେ ଚଳିବାକୁ ଶୁଖୁଆ ବେପାର କରୁଥିବା ବେଳେ ଝିଆ ମାଆକୁ ସାହାଯ୍ୟ କରିବାକୁ ବେଳେ ବେଳେ ପୁଆକୁ ଏକ ଲୁଗା ଦୋଳିରେ ଶୁଆଇ ଦେଇଥାଏ। ଗତ ୨୩ ତାରିଖ ଦିନ ପିଲାଟି ଦୋଳିରୁ ଖସି ପଡ଼ିବାରୁ ମୁଣ୍ଡରେ ଗଭିର ଆଘାତ ଲାଗି ଗୁରୁତ୍ତତର ହୋଇପଡ଼ିଥିଲା। ପ୍ରଥମେ ଯାଜପୁର ରୋଡ ଓ ପରେ କଳିଙ୍ଗ ନଗର ଟାଟାମେଡିକାରୁ ଫେରି ପୁଅକୁ ଶିଶୁଭବନ ନେଇ ମାଗଣା ଚିକିତ୍ସା କରାଇବାକୁ ଚାହିଁଥିଲେ। ଏ ପଟେ ପିଲାର ଅବସ୍ତା ପୁନଃର୍ବାର ଖରାପ ହେବାରୁ ତାକୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତୀ କରାଇ ଅସ୍ତୋପଚାର ପାଇଁ ଆବଶ୍ୟକ ଥିବା ଏକ ଲକ୍ଷ ଟଙ୍କା ଯୋଗାଡ କରିବା ପାଇଁ ଘର ଘର ବୁଲିବ ସହିତ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଥିଲେ। ଡା. ନିହାରଙ୍କ ସାହାଯ୍ୟ ତାଙ୍କ ପାଇଁ ଅବିସ୍ମରଣୀୟ କହିବା ସହିତ ଖବର ପ୍ରକାଶ କରିଥିବାରୁ ସମାଜକୁ ଧନ୍ୟବାଦ ଦେଇଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories