www.samajalive.in
Monday, December 8, 2025
17.1 C
Bhubaneswar

ସ୍ତ୍ରୀକୁ ନେବାକୁ ଆସିଥିଲା ସ୍ୱାମୀ, ପ୍ରେମିକ ମାରିଲା ଗୁଳି

ଭିଣ୍ଡ: ଜଣେ ପ୍ରେମିକ ନିଜ ଘର ପାଖରେ ରହୁଥିବା ଜଣେ ଯୁବତୀଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛି। ବିବାହ ପୂର୍ବରୁ ହିଁ ଅଭିଯୁକ୍ତଜଣକ ଯୁବତୀଙ୍କୁ ଧମକ ଦେଇଥିଲେ ଯେ, ସେ ତାଙ୍କ ସ୍ୱାମୀଙ୍କୁ ଗୁଳି କରି ମାରିଦେବ। କିନ୍ତୁ ବିବାହ ପରେ ସେ ସୁଯୋଗ ପାଇ ନ ଥିଲା। ବୁଧବାର ସୁଯୋଗ ପାଇଁ ସେ ଯୁବତୀଙ୍କ ସ୍ୱାମୀ ଅମିତଙ୍କ ଉପରକୁ ଗୁଳି ଚଳାଇଥିଲା। ମାତ୍ର ଏଥିରେ ଅମିତଙ୍କ ଜୀବନ ବଞ୍ôଚଯାଇଥିଲା କିନ୍ତୁ ସେ ଆହତ ହୋଇଛନ୍ତି।

ଘଟଣା ଘଟିଛି ମଧ୍ୟପ୍ରଦେଶର ସନ୍ତୋଷ ନଗରରେ। ଯେଉଁଠି ଦବୋହା ନିବାସୀ ୨୪ ବର୍ଷିୟ ଅମିତ ଶାକ୍ତ ନିଜ ପତ୍ନୀଙ୍କୁ ବାପଘରୁ ନେବାକୁ ଆସିଥିଲେ। ମାତ୍ର ଶ୍ୱଶୁରଘରୁ ସେ ବାହାରକୁ ବାହାରିବା ମାତ୍ରେ ଘର ପାଖରେ ରହୁଥିବା ନରେଶ ତାଙ୍କ ଛାତିରେ ବନ୍ଧୁକ ଲଗାଇ ଦେଇଥିଲା। ଇତି ମଧ୍ୟରେ ଅମିତ ଅଭିଯୁକ୍ତକୁ ଧକ୍କା ଦେଇଥିଲେ, ଫଳରେ ଗୁଳି ଅମିତଙ୍କ ବାମ ହାତରେ ବାଜି ପଳାଇଥିଲା। ଗୁଳି ଶବ୍ଦ ଶୁଣି ଆଖପାଖ ଲୋକ ସେଠାରେ ଜମା ହୋଇଯାଇଥିଲେ। ଅଭିଯୁକ୍ତ ତାଙ୍କୁ ପୁଣି ଥରେ ମାରିବାକୁ ବନ୍ଧୁକ ଉଠାଇବା ବେଳେ ଅମିତଙ୍କ ଶଳା ସନ୍ତୋଷ ଲୋକଙ୍କ ସାହାଯ୍ୟରେ ଅଭିଯୁକ୍ତ ନରେଶକୁ ଧରି ନେଇଥିଲେ। ଏହାପରେ ନରେଶ ସନ୍ତୋଷଙ୍କ ହାତକୁ କାମୁଡ଼ି ଦେଇଥିଲୋ। ଫଳରେ ସେ ମଧ୍ୟ ଆହତ ହୋଇଥିଲେ। ପରେ ଅଭିଯୁକ୍ତକୁ ଦେହାତ ଥାନା ପୁଲିସକୁ ହସ୍ତାନ୍ତର କରାଯାଇଥିଲା।

- Advertisement -

ସୂଚନା ମୁତାବକ, ଅଭିଯୁକ୍ତ ନରେଶ ଉକ୍ତ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ୨୦୧୯ରେ ବିବାହ ପୂର୍ବରୁ ହିଁ ନରେଶ ଯୁବତୀଙ୍କୁ ଧମକ ଦେଇଥିଲେ ଯେ, ସେ ତାଙ୍କୁ ସ୍ୱାମୀକୁ ହତ୍ୟା କରିଦେବ। ପୁଲିସର କହିବାନୁସାରେ, ଅଭିଯୁକ୍ତକୁ ଗିରଫ କରାଯାଇ ମାମଲା ରୁଜୁକରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories