www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ୱ ସ୍ତନ୍ୟପାନ ସପ୍ତାହ : ମା’ କ୍ଷୀର ଶିଶୁ ପାଇଁ ଅମୃତ ସଦୃଶ

ଆଠଗଡ : ପ୍ରତ୍ୟେକ ଜନ୍ମିତ ଶିଶୁର ସ୍ତନ୍ୟପାନ ଏକ ଜନ୍ମଗତ ଅଧିକାର ଏବଂ ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ ବୋଲି ଆଠଗଡ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ତଥା ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ମିଶ୍ର ମତବ୍ୟକ୍ତି କରିଛନ୍ତି। ଆଠଗଡ ଉପଖଣ୍ଡ ଡାକ୍ତରଖାନା ଅଧିନ ପୁଷ୍ଟିସାଧନ କେନ୍ଦ୍ର ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ମିଶ୍ର ମା’ କ୍ଷୀର ସଦ୍ୟଜାତ ଶିଶୁ ପାଇଁ ପ୍ରଥମ ଟୀକା ଭଳି କାମ କରିଥାଏ ଯାହାକି ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ବେଶ୍‍ ସହାୟକ ହୋଇଥାଏ ବୋଲି କହିଥିଲେ। ଏଥିସହ ସ୍ତନ୍ୟପାନ କରାଉଥିବା ମା’ ମଧ୍ୟ ଜରାୟୁ ଓ ସ୍ତନ୍ୟକର୍କଟ ରୋଗରୁ ରକ୍ଷା ପାଇଥାଏ ଏବଂ ସ୍ତନ୍ୟପାନ କରାଇବା ଦ୍ୱାରା ମା’ ଓ ଶିଶୁଙ୍କ ମଧ୍ୟରେ ନିବିଡ ଓ ଅତୁଟ ସଂପର୍କ ସୁଦୃଢ ହୋଇଥାଏ ବୋଲି ପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ବକ୍ତାଭାବେ ଉପଖଣ୍ଡ ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ପାଣି ଯୋଗଦେଇ ଜନ୍ମ ହେବା ପରେ ୬ମାସ ପର୍ଯ୍ୟନ୍ତ ମା’ କ୍ଷୀର ହିଁ ଶିଶୁର ପ୍ରଧାନ ଖାଦ୍ୟ ଏବଂ ଏଥିରୁ ତାକୁ ଆଦୈ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ମତ ପ୍ରକାଶ କରିଥିଲେ ମା’ କ୍ଷୀର କୌଣସି ଡବା କ୍ଷୀର ସହିତ ଆଦୌ ତୁଳନୀୟ ନୁହେଁ ଏବଂ ବଜାରରେ ଉପଲବ୍ଧ ଡବା କ୍ଷୀର ମା’ କ୍ଷୀରର କେବେବି ବିକଳ୍ପ ହୋଇପାରିବ ନାହିଁ। ମା’ କ୍ଷୀରରେ ଥିବା ଉପାଦାନ ଶିଶୁର ସମନ୍ୱିତ ବିକାଶରେ ସହାୟକ ହୋଇଥାଏ ବୋଲି ଡାକ୍ତର ପାଣି କହିବା ସହ ଚଳିତବର୍ଷର ବାର୍ତ୍ତା “ଏକ ସୁସ୍ଥ ବିଶ୍ୱ ପାଇଁ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରନ୍ତୁ” କୁ ଦୋହରାଇଥିଲେ। ପୁଷ୍ଟିସାଧନ କେନ୍ଦ୍ରର କାଉନସେଲର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏଏନଏମ ସୁନିତା ବରାଳ, ସୁନୁ ସୁତାର, ଛିତ ମାରାଣ୍ଡି ଓ ବାସନ୍ତି ହେମ୍ବମ୍‍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ବହୁ ମହିଳା ଯୋଗଦେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories