www.samajalive.in
Monday, December 8, 2025
20.1 C
Bhubaneswar

ସାମ୍ବାଦିକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା

କଣ୍ଟାବାଞ୍ଜି : କରୋନା ଭଳି ମହାମାରି ରୋଗକୁ ନିପାତ କରିବା ପାଇଁ ଓଡିଶାରେ ପୋଲିସ,ସ୍ୱାସ୍ଥ୍ୟ ବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ,ସଫେଇ କର୍ମଚାରୀ, ଅଗ୍ନିଶମ ସେବା କର୍ମଚାରୀ ସହ ଖବରଦାତା ଏବଂ ଅନ୍ୟ ଜରୁରୀ ସେବାକାଳିନ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧାଭାବେ ଘୋଷଣା କରାଯାଇଛି। ଏପରିକି ଜନସାଧାରଣଙ୍କୁ ଏହି ରୋଗରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ସେବା ଯୋଗାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରିକି କେତେକ କରୋନା ଯୋଦ୍ଧା ସେବାନିବୃତ ବେଳେ ମୃତ୍ୟୁ ମୁଖରେ ମଧ୍ୟ ପଡିଛନ୍ତି। ସେମାନଙ୍କ ଆତ୍ମାର ସଦଗତି ସହିତ ସେବା ଯୋଗାଇ ଚାଲିଥିବା କରୋନା ଯୋଦ୍ଧାଙ୍କ ମଂଗଲକାମନା ପାଇଁ ସରକାରଙ୍କ ଆଦେଶ ମତେ ସାରା ରାଜ୍ୟରେ ନିରବ ପ୍ରାର୍ଥନା ବୁଧବାର ସଂଧ୍ୟାରେ କରାଯାଇଛି। ଏହି ପରିପ୍ରେକ୍ଷିରେ ସାମ୍ବାଦିକ ସଂଘ କଣ୍ଟାବାଞ୍ଜିର ସଭ୍ୟମାନଙ୍କ ପକ୍ଷରୁ ମଧ୍ୟ ନିରବ ପ୍ରାର୍ଥନା କରାଯାଇଛି। ଏହି ନିରବ ପ୍ରାର୍ଥନାରେ ସଂଘର ସଭାପତି ସୁବାଷ ବେହେରାଙ୍କ ନେତୃତ୍ୱରେ ସଭ୍ୟ ଗୁରୁଦୟାଲ ହଂସ, ଜୀବନାନନ୍ଦ ମହାନ୍ତି, କୃତିକର ବାଗ, ଅନ୍ତିମ ପାଣିଗ୍ରାହି, ଶେଖ ସମିମ ଉପସ୍ଥିତ ଥିଲେ। ସେହିପରି ସଂଘର ସଭ୍ୟ ଅଭିମନ୍ୟୁ ବୋହିଦାର, ସୁଶାନ୍ତ ଥାନାପତି ସିନେ୍ଧକେଲା ପୋଲିସ ଥାନାରେ ପୋଲିସ କର୍ମଚାରୀଙ୍କ ନିରବ ପ୍ରାର୍ଥନା କରିଥିବା ବେଳେ ବଙ୍ଗୋମୁଣ୍ଡାରେ ଅଶୋକ ନାରାୟଣ ଭୋଇ, ହୁଲେଶ୍ୱର ହଂସ ରାଧେଶ୍ୟାମ ମେହେର ନିରବ ପ୍ରାର୍ଥନା କରିଛନ୍ତି

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories