www.samajalive.in
Monday, December 8, 2025
27.1 C
Bhubaneswar

ସାଂଘାତିକ ଅପରାଧ ପାଇଁ ବିଲେଇ ହୋଇଥିଲା ଗିରଫ ; ମାତ୍ର ଗୋଟିଏ ଦିନରେ ଜେଲରୁ ଫେରାର

ଅନେକ ବ୍ୟକ୍ତି ବିଭିନ୍ନ ଅପରାଧ କରି ଜେଲ ଯିବା ଶୁଣିଥିବେ। କେତେକଙ୍କ ନାଁରେ ସାଂଘାତିକ ଅଭିଯୋଗ ମଧ୍ୟ ଶୁଣିବାକୁ ମିଳିଥାଏ। ମାତ୍ର ମନୁଷ୍ୟଙ୍କ ମଧ୍ୟରେ ଏହା ସାଧାରଣ କଥା ହୋଇଥିବା ବେଳେ କେବେ ଶୁଣିଛନ୍ତି କି କୌଣସି ପଶୁ କିମ୍ବା ଜୀବଜନ୍ତୁଙ୍କ ନାଁରେ ସାଂଘାତିକ ଅପରାଧ। କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଅପରାଧ କରିଥିବା କାରଣରୁ ଗୋଟିଏ ବିଲେଇକୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା। ମାତ୍ର ପରେ ବିଲେଇଟି ମଧ୍ୟ ସେଠାରୁ ଫେରାର ହୋଇ ଯାଇଛି। ଏହି ଘଟଣା ଶ୍ରୀଲଙ୍କାରେ ଘଟିଥିବା ଜଣାପଡ଼ିଛି। ଏହି ବିଲେଇଟିର ବ୍ୟବହାର ବ୍ରାଉନସୁଗାରର ଚୋରାଚାଲାଣ, ସିମ୍ କାର୍ଡ଼, ଆଦି ପାଇଁ କରାଯାଇଛି।
ଶ୍ରୀଲଙ୍କାର ବେଲିକାଡ଼ା ଜିଲାର କିଛି ଅଧିକାରୀମାନେ ଶନିବାର ଦିନ ବିଲେଇ ଦ୍ୱାରା ସନ୍ଦିଗ୍ଧ ଅପରାଧିଙ୍କ ବିଷୟରେ ଜାଣିବାକୁ କିଛି ତଥ୍ୟ ପାଇଥିଲେ। ସ୍ଥାନୀୟ ପୁଲିସ ଅଧିକାରୀଙ୍କ ମତାନୁଯାୟୀ, ବିଲେଇ ନିକଟରୁ ୨ ଗ୍ରାମ ବ୍ରାଉନସୁଗାର, ୨ଟି ସିମ୍ କାର୍ଡ଼ ଓ ଗୋଟିଏ ମେମୋରି ଚିପ୍ ଜବତ ହୋଇଛି। ବିଲେଇ ବେକରେ ଗୋଟିଏ ପ୍ୟାକେଟ ବନ୍ଧା ହୋଇଥିଲା। ଯେଉଁଥିରୁ ଏହି ସମସ୍ତ ଜିନିଷ ମିଳିଛି। ମାତ୍ର ରବିବାର ବିଲେଇଟି ଜେଲରୁ ଖସି ପଳାଇଛି।
କିଛିଦିନ ପୂର୍ବରୁ ମଧ୍ୟ କେତେକ ସ୍ଥାନରୁ ବ୍ରାଉନସୁଗାର ଜବତ ହୋଇଛି।
ଗତ ସପ୍ତାହରେ ମଧ୍ୟ ଶ୍ରୀଲଙ୍କା ପୁଲିସ କଲୋମ୍ବୋ ଅଂଚଳରୁ ଗୋଟିଏ ଚିଲକୁ ଧରିଥିଲେ। ପୁଳିସଙ୍କ ମତାନୁଯାୟୀ ଚିଲକୁ ମଧ୍ୟ ବ୍ରାଉନସୁଗାର ଚୋରାଚାଲାଣ ପାଇଁ ବ୍ୟବହାର କରାଯାଉଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories