www.samajalive.in
Monday, December 8, 2025
20.1 C
Bhubaneswar

ଆଉ ୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆରମ୍ଭ ହେଲା ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ବ୍ୟବସ୍ଥା

ନୂଆଦିଲ୍ଲୀ :  ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ ପ୍ରାୟ ୮୦ ଶତାଂଶ ଲୋକ ଏବେ ୨୪ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ରାସନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥାରେ ଖାଦ୍ୟଶସ୍ୟ ଉଠାଇବା ସୁବିଧା ପାଇବେ।
କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ମନ୍ତ୍ରୀ  ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ୟ୍ୟ ସମୟ ସୀମା ମଧ୍ୟରେ କାର୍ୟ୍ୟକାରୀ କରିବା କ୍ଷେତ୍ରରେ ଚାଲିଥିବା ଉଦ୍ୟମ ବିଷୟରେ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ଏହି ସମୀକ୍ଷା ଅନୁସାରେ ଆଉ ୩ଟି ରାଜ୍ୟ ମଣିପୁର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏହି ନୂଆ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିବା ଜଣାପଡିଛି। ଏଥିପାଇଁ ଯେଉଁ ବୈଷୟିକ ଆବଶ୍ୟକତା ଓ ପ୍ରସ୍ତୁତି ଦରକାର ଥିଲା ତାହା ଏହି ୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ୟ୍ୟକ୍ଷମ ହୋଇଛି। ଏହାକୁ ମିଶାଇ ଆଜି ଅର୍ଥାତ୍‌, ୨୦୨୦ ଅଗଷ୍ଟ ପହିଲା ସୁଦ୍ଧା ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି ।

ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ ହୋଇଛି ସେଗୁଡିକ ହେଲା- ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ । ଏଥିସହିତ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ ୮୦ ଶତାଂଶ ବା ୬୫ କୋଟି ଲୋକ ଏବେ ଏହି ନୂଆ କାର୍ଡ ବ୍ୟବସ୍ଥାରେ ଏସବୁ ରାଜ୍ୟର ଯେକୌଣସି ସ୍ଥାନରେ ନିଜର ଖାଦଶସ୍ୟକୁ ସଂଗ୍ରହ କରିପାରିବେ । ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଏକକ କାର୍ଡ ବ୍ୟବସ୍ଥା ୨୦୨୧ ମାର୍ଚ୍ଚ ସୁଦ୍ଧା ପ୍ରବର୍ତ୍ତନ କରିବାର ଲକ୍ଷ୍ୟ ରଖାଯାଇଛି ।

- Advertisement -

ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କେନ୍ଦ୍ରର ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଏକ ମହତ୍‌କାଂକ୍ଷୀ କାର୍ୟ୍ୟକ୍ରମ । ଏହା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ ଜନସାଧାରଣଙ୍କୁ ଦେଶର ଯେକୌଣସି ସ୍ଥାନରେ ପଡିକାର୍ଡ ମାଧ୍ୟମରେ ଖାଦ୍ୟଶସ୍ୟ ଯୋଗାଣ ନିଶ୍ଚିତ କରିବା ଏହାର ଲକ୍ଷ୍ୟ । ୨୦୧୩ ଖାଦ୍ୟ ସୁରକ୍ଷା ଆଇନ ବଳରେ ଯେଉଁମାନେ ମାଗଣା ଖାଦ୍ୟଶସ୍ୟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ନିଜ ରାଜ୍ୟ ଛାଡି ଦେଶର ଯେକୌଣସି ରାଜ୍ୟରେ ରହିଲେ ମଧ୍ୟ ନିଜ କାର୍ଡ ମାଧ୍ୟମରେ ଏହିସବୁ ସାମଗ୍ରୀ ସଂଗ୍ରହ କରିପାରିବେ । ଏଥିପାଇଁ ଏକ ସମନ୍ୱିତ ସାଧାରଣ ଯୋଗାଣ ପରିଚାଳନା ବ୍ୟବସ୍ଥା ବା ଆଇଏମ୍‌ପିଡିଏସ୍‌ କେନ୍ଦ୍ର ସରକାର ରାଜ୍ୟଗୁଡିକର ସହଯୋଗରେ ପ୍ରସ୍ତୁତ କରିଛନ୍ତି ।

ଏହି ବ୍ୟବସ୍ଥା ମାଧ୍ୟମରେ ଭ୍ରମଣଶୀଳ ଶ୍ରମିକ ଓ ଅନ୍ୟାନ୍ୟ ପ୍ରବାସୀ ବିଶେଷ ଉପକୃତ ହେବେ । କାର୍ୟ୍ୟ ଅନ୍ୱେଷଣରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଏହି ବର୍ଗର ଲୋକମାନେ ନିଜ ନିଜର କାର୍ଡ ଜରିଆରେ ରହୁଥିବା ସହରର ସୁଲଭ ମୂଲ୍ୟ ଦୋକାନରୁ ସୁବିଧାରେ ନିଜର ପଡି ସାମଗ୍ରୀ ସଂଗ୍ରହ କରିପାରିବେ । ଏହି କାର୍ଡଗୁଡିକ ବାୟୋମେଟ୍ରିକ/ଆଧାରଭିତ୍ତିକ ହୋଇଥିବାରୁ ସଂପୃକ୍ତ ଦୋକାନରେ ଥିବା ଇଲେକ୍‌ଟ୍ରୋନିକ୍‌ ପିଓଏସ୍‌ ମେସିନ୍‌ରେ ସୁବିଧାରେ ଚିହ୍ନଟ ହୋଇପାରିବ ଏବଂ ହିତାଧିକାରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories