www.samajalive.in
Monday, December 8, 2025
27.1 C
Bhubaneswar

ବିଜେପିକୁ ଶିବସେନାର ନିଶାଣ: ରାମମନ୍ଦିର ନିର୍ମାଣକୁ ନେଇ ଚାଲିଛି ରାଜନୀତି

ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜା।  ହେଲେ ଏହାର ସମୟକୁ ନେଇ ବିଜେପିକୁ ତେରଛା ବାଣ ମାରିଛି ତାର ପୁରୁଣା ସହଯୋଗୀ ଶିବସେନା । ରାମ ମନ୍ଦିର ମାମଲାରେ ଦଳୀୟ ମୁଖପତ୍ରରେ ଶିବସେନା  ଭୂମି ପୂଜନ ପ୍ରସଙ୍ଗକୁ ବିଜେପି ରାଜନୀତି ଲାଗି ବ୍ୟବହାର କରିବ । ଆଗାମୀ ଦିନରେ ହେବାକୁ ଥିବା ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଛାଇଯିବ।

- Advertisement -

ଏହା ସହିତ ଶିବସେନା ପକ୍ଷରୁ ଆହୁରି କୁହାଯାଇଛି, “ବିଜେପି ମହାମାରୀ ସମୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଅଯୋଧ୍ୟାରେ ଥିବା ମହାନ ଶ୍ରୀରାମ ମନ୍ଦିରକୁ ଆଗାମୀ ନିର୍ବାଚନ ଲାଗି ଏକ ନିଶ୍ଚିତ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହୁଁଛି । କେନ୍ଦ୍ର ଓ ଏବଂ ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ସରକାର ଏହାକୁ ବିକାଶ ଏଜେଣ୍ଡା ଭାବେ ପ୍ରଦର୍ଶିତ କରିବାକୁ ଚାହୁଁଛି। ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ବିକାଶ ସହ ଯୋଡି ଜନସମର୍ଥନ ହାତେଇବା ଲକ୍ଷ୍ୟରେ ରହିଛି ଦଳ। ସେଥିଲାଗି ମନ୍ଦିର ନିର୍ମାଣ ସହିତ ଅନେକ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ”

ସୂଚନା ଅନୁସାରେ ଉତ୍ତରପ୍ରଦେଶ ସରକାରଙ୍କ ପୂରା କ୍ୟାବିନେଟ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମରେ ଅନ୍ତର୍ଭୂକ୍ତ ହେବ ନାହିଁ, କେବଳ କେତେକ ମନ୍ତ୍ରୀ ଏଥିରେ ସାମିଲ ହେବେ। କୋରୋନା ମହାମାରୀ କାରଣରୁ ଏହି ସମାରୋହରେ କମ ଜନଗହଳି କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories