www.samajalive.in
Thursday, December 11, 2025
27.1 C
Bhubaneswar

କେବିକେ ଅଞ୍ଚଳରେ କାଗଜକଲମରେ ଚାଲିଛି ସ୍ୱାସ୍ଥ୍ୟସେବା, ଯଥାଶିଘ୍ର ସମସ୍ୟାର ସମାଧାନ ସହ ଡାକ୍ତର ନିଯୁକ୍ତିି ଦାବିରେ କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର : କେବିକେ ଅଞ୍ଚଳରେ ଭୁଷୁଡି ପଡିଛି ସ୍ୱାସ୍ଥ୍ୟସେବା। କେବିକେ ଅଞ୍ଚଳରେ ଥିବା ବଲାଙ୍ଗୀର, ସୋନପୁର, କୋରାପୁଟ, ରାୟଗଡା, ମାଲକାନଗିରି, ନୁଆଁପଡା, କଳାହାଣ୍ଡି, ନବରଙ୍ଗପୁର ଜିଲାରେ ଥିବା ଡାକ୍ତରଖାନା ମାନଙ୍କରେ ମଞ୍ଜୁରୀ ପାଇଥିବା ଡାକ୍ତର ପଦବୀ ପୂରଣ ହେଉନଥିବା ବେଳେ ନିୟୋଜିତ ଥିବା ଡାକ୍ତର ମାନଙ୍କୁ ଅନ୍ୟତ୍ର ବଦଳି କରାଯିବା ଘଟଣାକୁ କଂଗ୍ରେସ ନିନ୍ଦା କରିଛି। କେବିକେ ଅଞ୍ଚଳରେ ଖାଲିପଡିଛି ଡାକ୍ତର ପଦବୀ। କେବଳ ଡାକ୍ତର କାହିଁକି ଅନ୍ୟ ସ୍ଥାସ୍ଥ୍ୟ କର୍ମଚାରୀ ପଦବୀ ମାନେ ସରକାର ପୂରଣ କରୁନଥିବା କଂଗ୍ରେସ ଅଭିଯୋଗ କରିଛି। କେବିକେର ଆଠ ଟି ଜିଲାର ଡାକ୍ତର ମାନଙ୍କୁ ଗଞ୍ଜାମକୁ ଡେପୁଟେସନରେ ସରକାର ନେଉଥିବା ବେଳେ ସେମାନଙ୍କ ବଦଳରେ ରିଲିଭର ଆସୁନାହାନ୍ତି। ଏହାକୁ ନେଇ ବଲାଙ୍ଗିର ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହି ବିକ୍ଷୋଭ ସଭାରେ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯୋଗଦେଇ ସରକାରୀ ଚାକିରୀ ବଦଳି ପାଇଁ ରହିଥିବା ନିୟମକୁ ସରକାର ଖୋଲାଖୋଲି ଉଲଂଘନ କରୁଥିବା ସେ ଅଭିଯୋଗ କରିଛନ୍ତି।

ସେହିପରି ଡାକ୍ତରଖାନା ମାନଙ୍କରେ ଡାକ୍ତର ନିଯୁକ୍ତ ହୋଇଛନ୍ତି ସତ କିନ୍ତୁ ସେମାନେ ଅନ୍ୟତ୍ର କାମ କରୁଥିବାରୁ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବିଡମ୍ବନାର ବିଷୟ ଏନେଇ ଜିଲାପାଳ ମାନେ ମୁହଁ ଖୋଲୁନାହାନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ନଗର ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ହୋଇଥିବା ଏହି ବିକ୍ଷୋଭ ସଭାରେ ପିସିସିର ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜିଲା କଂଗ୍ରେସ ସଭାପତି ଦୀଲିପ ବେହେରା, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ମିଲନୀ ସାହୁ, କୋଭିଡ୍‍ ପରିଚାଳନା ସଂଯୋଜକ ଅସୀମ ପଟ୍ଟନାୟକ, ନଗର ସଭାପତି ବୁଲୁ ଦାନୀ, ଜିଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ପିସିସି ସଭ୍ୟ ସୁଦାମ ସାହୁ, ପିସିସି ସଦସ୍ୟ ଅଜୟ ବାଲି, ଉମାଶଙ୍କର ପଣ୍ଡା, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଜିଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର, ପ୍ରଫୁଲ୍ଲ ମିଶ୍ର, ସଂଜୟ ମିଶ୍ର, ଅନ୍ତ ବେହେରା, ପବିତ୍ର ବେହେରା, ଅରବିନ୍ଦ ପରୁଆ, ଲୋପନ ମିଶ୍ର, କୈଳାସ ମିଶ୍ର, ଜୟନାରାୟଣ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ। ପରେ ବିଧାୟକଙ୍କ ସହିତ ଜିଲା କଂଗ୍ରେସର ଏକ ଟିମ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ସହ ଏନେଇ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଏହି ସମସ୍ୟାକୁ ଗୁରୁତର ସହ ନେଇ ସମଧାନ କରାନଗଲେ ଆଗାମୀ ଦିନରେ ଏହାକୁ ନେଇ ବଡ ଆନ୍ଦୋଳନର ସୂତ୍ରପାତ ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories