www.samajalive.in
Monday, December 8, 2025
20.1 C
Bhubaneswar

ଜାଣନ୍ତୁ ମହାଦେବଙ୍କ ଏହି ଶୃଙ୍ଗାର ବିଷୟରେ

ପ୍ରଭୁ ଶିବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ ବୋଲି କୁହାଯାଏ। ଖୁବ କମ ଲୋକେ ଭୋଳାଶଙ୍କରଙ୍କ ୯ଟି ବିଶେଷ ଶୃଙ୍ଗାର ବିଷୟରେ ଜାଣିଥିବେ। ଜାଣନ୍ତୁ ପ୍ରଭୁଙ୍କର ସେହି ୯ଟି ଶୃଙ୍ଗାର ବିଷୟରେ ଯାହା ପ୍ରଭୁଙ୍କୁ ବେଶ ପସନ୍ଦ ଓ ତାଙ୍କ ୯ ଟି ରତ୍ନ ସହ ମଧ୍ୟ ଜଡ଼ିତ।
– ପ୍ରଭୁଙ୍କ ୯ଟି ରତ୍ନ ହେଉଛି, ପାଦରେ କଡ଼ା, ମୃଗଛାଲ, ରୁଦ୍ରାକ୍ଷ, ନାଗଦେବତା, ଡ଼ମ୍ବରୁ, ତ୍ରିଶୁଳ, ମସ୍ତକରେ ଗଙ୍ଗା ଓ ଚନ୍ଦ୍ରମା ଆଦି। ଏହି ସମସ୍ତ ରତ୍ନର ମହତ୍ତ୍ୱ ଭିନ୍ନ ଭିନ୍ନ।
– ଭଗବାନ ଶିବଙ୍କ ପ୍ରତ୍ୟେକ ରତ୍ନଙ୍କ ସହ ତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଏହାର ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।
-ମସ୍ତକରେ ଚନ୍ଦ୍ରମା ବିରାଜିତ ଥିବା ପ୍ରଭୁ ଶିବଙ୍କ ଫଟୋ, ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ସମସ୍ତ ଗ୍ରହ ଦୋଷ ଦୂର ହୋଇଥାଏ। ଏହାସହ ଶିବଲିଙ୍ଗରେ କ୍ଷୀର ଅଭିଷେକ କରିବା ଦ୍ୱାରା ଜାତକରେ ଗ୍ରହଙ୍କ ସ୍ଥିତି ମଜଭୂତ ହୋଇଥାଏ।
– ଗଙ୍ଗାଧାରୀ ଶିବଙ୍କ ପ୍ରତିମାକୁ ପୂଜା କରିବା ଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିଥାଏ। ଏହାସହ ବିଦ୍ୟା, ବୁଦ୍ଧି ପ୍ରାପ୍ତି ହେବା ସହ ଓ ନକରାତ୍ମକ ଶକ୍ତିରୁ ମଧ୍ୟ ରକ୍ଷା ମିଳିଥାଏ।
– ଭସ୍ମଧାରୀ ଶିବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ସହ ବ୍ୟକ୍ତି ଶତ୍ରୁଙ୍କ ନିକଟରେ ମଧ୍ୟ ବିଜୟ ହାସଲ କରିଥାଆନ୍ତି।
– ତ୍ରିଶୁଳଧାରୀ ପ୍ରଭୁ ଶିବଶଙ୍କରଙ୍କୁ ପୂଜା କରିବା ଦ୍ୱାରା ବିବାହରେ ସୃଷ୍ଟି ହେଉଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।
– ଡ଼ମ୍ବରୁ ଧାରଣ କରିଥିବା ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ।
– ସର୍ପଧାରୀ ଶିବଙ୍କୁ ପୂଜା କରିବା ଦ୍ୱାରା ରାଜନୈତିକ କ୍ଷେତ୍ରରେ ସଫଳତା ମିଳିଥାଏ।
– ରୁଦ୍ରାକ୍ଷ ଧାରଣ କରିଥିବା ଶିବଶଙ୍କରଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories