www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୬୪ କରୋନା ଆକ୍ରାନ୍ତ : ୧୭ହଜାର ନିକଟତର ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ରବିବାର ଆଉ ୮୬୪  ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬୭୯୨କୁ ବୃଦ୍ଧି ପାଇଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୪୩୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ସେହିଭଳି ରାୟଗଡ଼ା ଜିଲ୍ଲାରୁ ୧୩୭ ଜଣ, ବରଗଡ଼ ଜିଲ୍ଲାରୁ ୩୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮ ଜଣ, କଟକ ଓ କେନ୍ଦୁଝର ଜିଲ୍ଲାରୁ ୨୬ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୨୩ ଜଣ, ମୟୂରଭଂଜ ଜିଲ୍ଲାରୁ ୨୨ ଜଣ, ଯାଜପୁର ଜିଲ୍ଲାରୁ ୧୯ ଜଣ, କନ୍ଧମାଳ ଜିଲ୍ଲାରୁ ୧୫ ଜଣ, ଗଜପତି ଓ ସମ୍ବଲପୁର ଜିଲ୍ଲାରୁ ୧୪-୧୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨ ଜଣ, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ ଲେଖାଏଁ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ମାଳକାନଗିରି ଜିଲ୍ଲାରୁ ୬ ଜଣ ଲେଖାଏଁ, ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାରୁ ୫-୫ ଜଣ, ବଲାଙ୍ଗୀର ଜିଲ୍ଳାରୁ ୪ ଜଣ, ପୁରୀ ଜିଲ୍ଲାରୁ ୩ ଜଣ, ବୌଦ୍ଧ ଜିଲ୍ଲାରୁ ୨ ଜଣ ଓ ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

- Advertisement -

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories