www.samajalive.in
Monday, December 8, 2025
27.1 C
Bhubaneswar

ବିକାଶର ବାସ୍ତବ ଚିତ୍ର : ଯାଇପାରିଲାନି ୧୦୮ ଆମ୍ବୁଲାନ୍ସ ଖଟିଆରେ ବୁହା ହେଲେ ଗୁରୁତର ମହିଳା

କେଶଦୁରାପାଳ :  ସରକାର ଗମନା ଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ବିଜୁ ସଡ଼କ ଆଦି ବିଭିନ୍ନ ଯୋଜନାରେ ଜନସାଧାରଣଙ୍କ  ଗମନା ଗମନର ସୁବିଧା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ ସମୟରେ ଏହିସବୁ ଯୋଜନା ଫେଲ ମାରିଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଉଛି। ତେବେ ଗାଁ କୁ ଯାଇପାରିଲାନି ୧୦୮ ଆମ୍ବୁଲାନ୍ସ ଖଟିଆରେ  ଗୁରୁତର ରୋଗୀ ବୁହା ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା  ଆନନ୍ଦପୁର ପୋୖର ପରିଷଦ ଅନ୍ତର୍ଗତ ୧୫ ନଂ ୱାର୍ଡ ମାଝୀ ସାହିରେ। ସୁଚନାରୁ ଜଣାଯାଏ ୧୫ ନଂ ୱାର୍ଡ ଜରୀ ମହାନ୍ତଙ୍କ ପତ୍ନୀ ପ୍ରମିଳା ନିଜ ଘରେ କାମ କରୁଥିବା ବେଳେ ହଠାତ୍ ମୁଣ୍ଡ ବୁଲାଇ  ପଡ଼ି ଯାଇଥିଲେ। ପରିବାର ଲୋକେ  ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଲେ  ୧୦୮ ଆମ୍ବୁଲାନ୍ସ ଆସିଥିଲା ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ  ଆମ୍ବୁଲାନ୍ସ ଘଯଣାସ୍ଥଳରେ ପହଞ୍ଚିପାରି ନ ଥିଲା। ଫଳରେ ଗୁରୁତର ପ୍ରମିଳାଙ୍କୁ ଏକ କି.ମି ଯାଏ ଖଟିଆ ରେ ବୋହି ନେବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଶେଷରେ  ଗୁରୁତର ପ୍ରମିଳାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକତ୍ସାଳୟରେ  ଭର୍ତ୍ତି କରାଯାଇଥିଲା।
ତେବେ ଜନସାଧାରଣଙ୍କ ଗମନା ଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା  ଖର୍ଚ୍ଚ କେବଳ ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories