www.samajalive.in
Monday, December 8, 2025
27.1 C
Bhubaneswar

ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର କଲା ପୁଲିସ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ କୁଳାଡରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତିଙ୍କ ନାମ ରାମ କାଂପ(୪୦) ଓ ତାଙ୍କ ଘର ନିକଟସ୍ଥ ବଣିଆପଲ୍ଲି ଗ୍ରାମରେ ବୋଲି ଜଣାପଡିଛି। ସେ ଗତ କିଛି ମାସ ଧରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଏଣେ ତେଣେ ବୁଲୁଥିଲେ। ବୁଧୁବାର ସେ କୌଣସି କାମରେ କୁଲାଡ ଆସି ମଠ ସାହିରେ ମୃତ ଅବସ୍ଥାରେ ପଡି ରହିଥିଲା। ଏହି ସଂକ୍ରାନ୍ତରେ ଖବର ମିଳିବା ପରେ ତାର ସ୍ତ୍ରୀ କୁଲାଡରେ ପହଁଚିଥିଲ।।
ତେବେ ସେ କିଛି ନିଶାଦ୍ରବ୍ୟ ସେବନ କରି ଖରାରେ ଚାଲି ଚାଲି ଆସିଥିବାରୁ ଏଠାରେ ଚେତାଶୂନ୍ୟ ହୋଇ ପଡି ଯାଇଥିବା ଓ ପରେ ତା’ର ମୃତ୍ୟୁ ଘଟିଥିବା ପୁଲିସ ସନ୍ଦେହ କରୁଛି। ଭଂଜନଗର ସବ-ଇନ୍‍ସପେକ୍ଟର ନିରଂଜନ ଦାସଙ୍କ ସହ ପୁଲିସ୍‍ ଟିମ୍‍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ପରେ ମୃତଦେହକୁ ଭଂଜନଗର ଡାକ୍ତରଖାନାକୁ ନେଇଥିଲୋ ପୁଲିସ ଏହି ସଂକ୍ରାନ୍ତରେ ଏକ ଅପମୃତ ମାମଲା ରୁଜୁ କରିଥିବା ବେଳେ ଆଜି ଏଠାରେ ଶବ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories