www.samajalive.in
Monday, December 8, 2025
20.1 C
Bhubaneswar

’ସୁପର ଧନୀ’ଙ୍କ ଉପରେ ଲାଗୁ ହେଉ କରୋନା ଟିକସ : ଦେଶବିଦେଶର ୮୦ ନିୟୁତପତିଙ୍କ ପ୍ରସ୍ତାବ

ଲଣ୍ଡନ୍‌,୧୪ା୭: ସମ୍ପ୍ରତି ବିଶ୍ବବ୍ୟାପୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣ୍ଠିର ଆବଶ୍ୟକ । ଏଭଳି ସ୍ଥିତିରେ ଅତି ଧନୀଙ୍କ ଉପରେ କରୋନା ଟିକସ ଲାଗୁ କରିବା ଜରୁରୀ ହୋଇପଡିଛି। ଏ ନେଇ ବିଶ୍ବର ୮୦ ନିୟୁତପତି ବିଭିନ୍ନ ରାଷ୍ଟ୍ରକୁ ଅନୁରୋଧ କରି ଆହ୍ବାନ ଦେଇଛନ୍ତି । ଏହି ନିୟୁତପତିମାନଙ୍କର ଅନୁରୋଧ ହେଉଛି ବିଶ୍ବକୁ ବର୍ତ୍ତମାନ କରୋନାରୁ ମୁକ୍ତ କରିବାକୁ ହେଲେ ଅତି ଧନୀଙ୍କ ଉପରେ ଅଧିକ ଟିକସ ଲାଗୁ କରାଯିବା ଉଚିତ ।
ଏହି ନିୟୁତପତିମାନେ ପ୍ରସଙ୍ଗ ଉପରେ ଏଭଳି ଏକ ଖୋଲା ଚିଠି ଲେଖିଛନ୍ତି । ସେମାନେ ନିଜକୁ ‘ମାନବତା ପାଇଁ ନିୟୁତପତି’ ଭାବେ ପରିଚିତ କରାଇଛନ୍ତି । ବିଶ୍ବରେ ସମ୍ପ୍ରତି କରୋନା ପାଇଁ ନିୟୁତପତିମାନଙ୍କ ଉପରେ ତୁରନ୍ତ, ମୂଳତଃ ଏବଂ ସ୍ଥାୟୀ ଭାବେ ଅଧିକ ଟିକସ ଲାଗୁ କରାଯିବା ଜରୁରୀ  ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଏହି ନିୟୁତପତିଙ୍କ ମଧ୍ୟରେ ବେନ୍‌ ଆଣ୍ଡ୍‌ ଜେରୀ ଆଇସ୍‌କ୍ରିମ୍‌ର ସହ ପ୍ରତିଷ୍ଠାତା ଜେରି ଗ୍ରୀନ୍‌ ଫିଲ୍ଡ, ସ୍କ୍ରିନ୍‌ ରିଚାର୍ଡ କୁର୍ଟିସ୍‌, ଫିଲ୍ମ ନିର୍ମାତା ଆବିଗେଲ ଡିସ୍‌ନୀ ରହିଛନ୍ତି । ଆମେରିକୀୟ ଉଦ୍ୟୋଗୀ ସିଡନୀ ଟପୁଲ୍‌, ନ୍ୟୁଜିଲ୍ୟାଣ୍ଡ୍‌ର ରିଟେଲର ଷ୍ଟିଫେନ୍‌ ଟିଣ୍ଡାଲ ପ୍ରମୁଖ ଏହି ଚିଠିରେ ଦସ୍ତଖତ କରିଛନ୍ତି। ପତ୍ରରେ କୁହାଯାଇଛି ଯେ, କରୋନା ସମୟରେ ଆମେ ସେମାନଙ୍କ ମଧ୍ୟରେ ଜଣେ ନୁହେଁ, ଯେଉଁମାନେ କୋଭିଡ୍‌-୧୯ ସଂକ୍ରମିତଙ୍କୁ ଆଇସିୟୁକୁ ନେଉଛେ। ଆମେ ସେହି ଆମ୍ବୁଲାନ୍ସକୁ ଚଳାଇ ଡାକ୍ତରଖାନା ଆସୁ ନାହାନ୍ତି, ଯାହା  କରୋନା ରୋଗୀଙ୍କୁ ହସ୍‌ପିଟାଲ ଆଣୁଛି । ଆହୁରିମଧ୍ୟ ଆମେ ଏଭଳି ସମୟରେ ଲୋକଙ୍କ ଦ୍ବାର ଦେଶରେ ତେଜରାତି ସାମଗ୍ରୀ ପହଞ୍ଚାଉନାହୁଁ, କିନ୍ତୁ ଆମ ନିକଟରେ ପ୍ରଚୁର ଅର୍ଥ ରହିଛି । ଏହି ଅର୍ଥର ଏବେ ଆବଶ୍ୟକତା ରହିଛି । ଆଗକୁ ମଧ୍ୟ ଆହୁରି ଆବଶ୍ୟକ ପଡିବ,କାରଣ ଆମକୁ ସାରା ବିଶ୍ବକୁ ଏଭଳି ସଙ୍କଟରୁ ମୁକ୍ତ କରିବାକୁ ହେବ । ଆଗକୁ ହେବାକୁ ଥିବା ଜି-୨୦ ରାଷ୍ଟ୍ର ଅର୍ଥମନ୍ତ୍ରୀମାନଙ୍କ ବୈଠକର ଅବ୍ୟବହିତ ପୂର୍ବରୁ ଏହି ଚିଠି ପ୍ରକାଶ ପାଇଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories