www.samajalive.in
Monday, December 8, 2025
27.1 C
Bhubaneswar

ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି : ସୁରଙ୍କୁ ତିର୍ତ୍ତୋଲ ଓ ବାହିନୀପତିଙ୍କୁ ବାଲେଶ୍ୱର ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର : ଆଗକୁ ରାଜ୍ୟରେ ଦୁଇଟି ଉପନିର୍ବାଚନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଦୁଇଟି କମିଟି ଗଠନ କରିଛନ୍ତି। ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଧାୟକ ସୁରେଶ କୁମାର ରାଉତରାୟ ଓ ତାରାପ୍ରସାଦ ବାହିନୀପତିଙ୍କୁ ବାଲେଶ୍ୱର ସଦର ନିମନ୍ତେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଦୁଇଟି ଉପ ନିର୍ବାଚନରେ କିପରି ଦଳ ଜିତିବ ସେ ନେଇ କାର୍ଯ୍ୟ କରିବୁ ବୋଲି ସୁରେଶ କୁମାର ରାଉତରାୟ କହିଛନ୍ତି।ପିସିସି ସଭାପତି ପରିବର୍ତ୍ତର୍ନ ହେବା କଥା କୌଣସି ଗଣମାଧ୍ୟମକୁ କହିନାହିଁ ବୋଲି ଜଟଣୀ ବିଧାୟକ ଶ୍ରୀ ରାଉତରାୟ ସଫେଇ ଦେଇଛନ୍ତି। ଗତକାଲି ଗୁଜରାଟରେ କାର୍ଯ୍ୟକାରୀ ସଭାପତି ହାର୍ଦିକ ପଟେଲ ନିଯୁକ୍ତ ହେଲାପରେ ରାଜ୍ୟ କଂଗ୍ରେସରେ ସେହିପରି କିଛି ପରିବର୍ତ୍ତର୍ନ ହେବାର ଆଶଙ୍କା ଅଛି କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି ରାଜ୍ୟରେ ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଚିରଞ୍ଜୀବ ବିଶ୍ୱାଳ ଏବଂ ପ୍ରଦୀପ ମାଝି ଥିଲାବେଳେ ଗୋଟିଏ କାର୍ଯ୍ୟକାରୀ ସଭାପତି ପଦ ଖାଲି ପଡ଼ିଛି। ଏହି ଖାଲି ପଡ଼ିଥିବା କାର୍ଯ୍ୟକାରୀ ସଭାପତି ପଦ ପାଇଁ ଏକ ଯୁବନେତାଙ୍କୁ ଦାୟିତ୍ୱ ଦେବା ଉଚିତ୍‍ ବୋଲି ସେ କହିଥିଲେ। କିନ୍ତୁ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯାହାକୁ ଦାୟିତ୍ୱ ଦେବେ ତାହା ଆମେ ମାନି ନେବୁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories