www.samajalive.in
Monday, December 8, 2025
20.1 C
Bhubaneswar

ମୁରୁସୁଆଁ ସଙ୍ଗରୋଧ କେନ୍ଦ୍ରରେ ହଙ୍ଗାମା, ସରପଞ୍ଚଙ୍କୁ ଘେରିଲେ ଲୋକେ

ପାଟଣା : ପୂର୍ବରୁ କେବଳ ପାଟଣା ବ୍ଲକ ନୁହେଁ ରାଜ୍ୟର ସମସ୍ତ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ବା ସଙ୍ଗରୋଧ କେନ୍ଦ୍ର କରାଯାଇଥିବା ବେଳେ ରାଜ୍ୟକୁ ପ୍ରବାସୀଙ୍କ ଫେରିବା କମିଥିବାରୁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ସଙ୍ଗରୋଧ କେନ୍ଦ୍ର ସଂଖ୍ୟା କମ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପାଟଣା ବ୍ଲକରେ ମଧ୍ୟ ଭୌଗଳିକ ସ୍ଥିତିକୁ ଆଗରେ ରଖି ୩ ରୁ ୪ ଟି ପଞ୍ଚାୟତକୁ ମିଶାଇ ଗୋଟିଏ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ୩ ଟି ପଞ୍ଚାୟତ ଅଞ୍ଚଳକୁ ଫେରୁଥିବା ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି।

ପାଟଣା ବ୍ଲକର ତୁରୁମୁଙ୍ଗା, ରାଜନଗର ଓ ମୁରୁସୁଆଁ ପଞ୍ଚାୟତକୁ ମିଶାଇ ମୁରୁସୁଆଁ ସଙ୍ଗରୋଧ କେନ୍ଦ୍ରରେ ଏହି ତିନି ପଞ୍ଚାୟତ ଅଞ୍ଚଳର ପ୍ରବାସୀଙ୍କୁ ସଙ୍ଗରୋଧରେ ରହିବା ବ୍ୟବସ୍ଥା କରାଯାଇଥିବାରୁ ଗତକାଲି ତୁରୁମୁଙ୍ଗା ପଞ୍ଚାୟତ ଅଞ୍ଚଳକୁ ଫେରିଥିବା ୨ ଜଣ ପ୍ରବାସୀଙ୍କୁ ମୁରୁସୁଆଁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ବାହାର ପଂଚାୟତ ପ୍ରବାସୀଙ୍କୁ ମୁରୁସୁଆଁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବାକୁ ନେଇ ସ୍ଥାନୀୟ ଲୋକେ ସରପଞ୍ଚ ସୁନୀତା ନାଏକଙ୍କୁ କୈଫିୟତ ମାଗିଥିଲେ । ମୁରୁସୁଆଁ ସଙ୍ଗରୋଧ କେନ୍ଦ୍ର ରାସ୍ତା କଡରେ ହୋଇଥିବା ଓ କେନ୍ଦ୍ରରୁ ପ୍ରବାସୀ ବାହାରକୁ ଆସୁଥିବାରୁ କରୋନା ସଂକ୍ରମଣ ଆଶଙ୍କା କରି ଲୋକେ ସରପଞ୍ଚଙ୍କୁ ବିରୋଧ କରିଥିବା ବେଳେ ସରପଞ୍ଚ ସୁନୀତା ନାଏକ ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଥିଲେ ମଧ୍ୟ ଲୋକେ ସନ୍ତୁଷ୍ଟ ହୋଇ ନ ଥିଲେ । ତେବେ ସରପଞ୍ଚ ସୁନୀତା ନାଏକ ଘଟଣା ସମ୍ପର୍କରେ ପାଟଣା ବିଡିଓଙ୍କୁ ଏକ ପତ୍ର ଦେଇଛନ୍ତି । ଯେଉଁଥିରେ ସେ ସଙ୍ଗରୋଧ କେନ୍ଦ୍ରକୁ କେତେ ଆସିଲେ ଓ କେବେ ଗଲେ ସେ ଜାଣି ପାରୁ ନ ଥିବା ଓ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ସଙ୍ଗରୋଧ କେନ୍ଦ୍ର ସମ୍ପର୍କରେ କୌଣସି ତଥ୍ୟ ଦେଉ ନ ଥିବାରୁ ସେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବା ଓ ମୁରୁସୁଆଁ ସଙ୍ଗରୋଧ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ଜଣାଇଛନ୍ତି।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories