www.samajalive.in
Monday, December 8, 2025
27.1 C
Bhubaneswar

ଥାନାରୁ ଖସି ଦୌଡ଼ୁଥିଲେ, ଚଢ଼ିଗଲା ଟ୍ରକ୍

ରାୟଗଡ଼ା: ରାୟଗଡ଼ା ଥାନା ସମ୍ମୁଖରେ ଅଭାବନୀୟ ଘଟଣା। ପ୍ରେମ ପ୍ରତାରଣା ମାମଲାରେ ଜଣେ ଅଭିଯୁକ୍ତ ଟିକିରି ପୁଲିସ ଦ୍ବାରା ଗିରଫ ହୋଇଥିଲା। ଟିକିରି ପୁଲିସ ପକ୍ଷରୁ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ରାୟଗଡ଼ା ଅଣାଯାଇଥିଲା। କୋର୍ଟ ନେବା ପୂର୍ବରୁ ରାୟଗଡ଼ା ଥାନାରେ ଅଭିଯୁକ୍ତଙ୍କୁ ରଖାଯାଇଥିଲା। କୋର୍ଟ ନେବା ସମୟ ହୋଇଯିବା ପରେ ଅଭିଯୁକ୍ତକୁ ରାୟଗଡ଼ା ଥାନାରୁ ବାହାରକୁ ଅଣାଯାଇଥିଲା। ରାୟଗଡ଼ା ଥାନାରୁ ଗାଡ଼ିକୁ ନେବାବେଳେ କୌଶଳକ୍ରମେ ଖସି ରାସ୍ତାରେ ଦୌଡ଼ିଥିଲେ ଅଭିଯୁକ୍ତ। ପୁଲିସ କବଳରୁ ରକ୍ଷା ପାଇବା ଆଶାରେ ଅଭିଯୁକ୍ତ ଖୁବ୍‌ ଜୋର୍‌ରେ ଦୌଡୁଥିବାବେଳେ ରାସ୍ତା ଉପରେ ଟ୍ରକ୍‌ ଚଢ଼ି ଯାଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତକୁ କୋର୍ଟରେ ହାଜର କରାଇବା ପାଇଁ ପୁଲିସ କଠୋର ମନୋଭାବ ପୋଷଣ କରିଥିଲେ ଏଭଳି ଏକ ଅଘଟଣକୁ ଏଡାଇ ଦିଆଯାଇପାରିଥାନ୍ତା ଏବଂ ପୁଲିସର ଅସାବଧାନତା ଯୋଗୁ ଜଣେ ଅଭିଯୁକ୍ତ ଦଣ୍ଡ ପାଇବା ପୂର୍ବରୁ ଜୀବନ ହରାଇ ବସିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories