www.samajalive.in
Monday, December 8, 2025
27.1 C
Bhubaneswar

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୯୦୦ କେଜି ମହୁଲ ପୋଚ, ୫୯ ଲିଟର ଦେଶୀ ରନ୍ଧା ମଦ ଜବତ

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକ ସିଦେ୍ଧଶ୍ୱର ବେସରା ଙ୍କ ଆଦେଶ କ୍ରମେ ଅବକାରୀ ନିରୀକ୍ଷକ ଯେସେଫ ୱାଟିୟର ନାଏକ, ଓଆଇସି ବଙ୍ଗୋମୁଣ୍ଡା ଗୋବର୍ଦ୍ଧନ ରଣା, ଏଏସଆଇ ଅଲେଖ ପୁଟେଲ, ସହଦେବ କୁଅଁର, କନେଷ୍ଟବଳ ପ୍ରଫୁଲ୍ଲ ନାଗ, ଆର୍ତ୍ତତ୍ରାଣ ବହିଦାର, ଡୁଲେଶ୍ୱର କୁମୁରା, ମମତା ବେହେରା, ଲଲିତା ଭୁଏ ପ୍ରମୁଖ ଆଜି ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟୁଲା ପଞ୍ଚାୟତ ର ଡୁମେରପଡା ଗ୍ରାମରେ ଚଢାଉ କରିଥିଲେ। ସୂଚନାରୁ ପ୍ରକାଶ ଯେ, ଡୁମେରପଡା ଗ୍ରାମର ମଲ୍ଲିକ ପଡାରେ ଚୋରା ରନ୍ଧା ମଦ ତିଆରି କରାଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ଦିନ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା। ଚଢଉ ସମୟରେ ୯୦୦ କେଜି ମହୁଲ ପୋଚ, ୫୯ ଲିଟର ଦେଶୀ ଚୋରା ରନ୍ଧାମଦ ଏବଂ ବିପୁଳ ରନ୍ଧା ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଥିଲା। ମଦ ପ୍ରସ୍ତୁତ କରୁଥିବା ତୀର୍ଥ ମଲ୍ଲିକ(୪୫) ଏବଂ ନେତ୍ର ମଲ୍ଲିକ(୩୫) ଙ୍କୁ ଗିରଫ କରି ମାମଲା ରୁଜୁ ହେବା ସହ ୨ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories