www.samajalive.in
Monday, December 8, 2025
27.1 C
Bhubaneswar

ଏସ୍‌ସିବି ମେଡିକାଲ ଫାଣ୍ଡି କନେଷ୍ଟବଳଙ୍କୁ କରୋନା

କଟକ : ଏସ୍‌ସିବି ମେଡିକାଲ ଫାଣ୍ଡିର ଜଣେ କନେଷ୍ଟବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି‌। ଏ ନେଇ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ଦେଇଛନ୍ତି। କନଷ୍ଟେବଳ ଜଣଙ୍କ କୋରନା ପଜିଟିଭ୍ ଚିହ୍ନଟ ପରେ କମିଶନରେଟ୍ ପୁଲିସର ଚିନ୍ତା ବଢ଼ିଛି। କାରଣ ଏହା କଟକ ସହରରେ ପ୍ରଥମ ପୁଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କନେଷ୍ଟଆଲଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀ ଓ କର୍ମଚାରୀଙ୍କର କୋଭିଡ ଟେଷ୍ଟ ହେବ। ଆଜି ୫୮ ଜଣ ପୁଲିସ୍‌ କର୍ମଚାରୀଙ୍କର ସ୍ୱାବ୍ ଟେଷ୍ଟ କରାଯିବ। ଏ ନେଇ ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କନେଷ୍ଟବଳଙ୍କ ସଂସ୍ପର୍ଶରେ ଆସିଥିବା ୫୮ ଜଣ ପୁଲିସ କର୍ମଚାରୀ,ମେଡିକାଲ ଓ ସାଧାରଣ ଲୋକଙ୍କର ଶୁକ୍ରବାର କରୋନା ପରୀକ୍ଷା ହେଵ। ଏସ୍ ସି ଵି ଫାଣ୍ଡିକୁ ଆଇସୋଲେସନ୍ ଓ୍ବାର୍ଡ କରାଯାଇ ସେଠାରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏସ୍‌ସିବି ଫାଣ୍ଡିରେ ହିଁ କରାଯିବ ଆଇସୋଲେସନ୍‌ ବ୍ୟବସ୍ଥା ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସେହି ଆଇସୋଲେସନ୍‌ରେ ରଖାଯିବ। ଏନେଇ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories