www.samajalive.in
Monday, December 8, 2025
27.1 C
Bhubaneswar

କରୋନା କଟକଣା ସହିତ ଶେଷହେଲା କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହ

ଲାଞ୍ଜିଗଡ଼ : ସାରା ବିଶ୍ୱରେ ମହାମାରୀ କରୋନା ତାଣ୍ଡବ ରଚି ଚାଲିଥିବା ବେଳେ ଓଡିଶାରେ ମଧ୍ୟ ଏହାର ହାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି  ସମୟରେ ମହାମାରୀ କରୋନା ଲଢେଇରେ ସାମିଲ ହୋଇ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରିବାରେ ଅନେକ ବ୍ୟକ୍ତି ବିଶେଷଙ୍କ ବୃହତର ଭୁମିକା ରହିଛି । ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରେ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ଲାଞ୍ଜିଗଡ ବ୍ଲକ ପ୍ରଶାସନ ଓ ଭାରତ ସ୍କାଉଟ୍ ଓ ଗାଇଡ୍ ସଂସ୍ଥାର ମିଳିତ ଅୟୋଜନରେ ବିଶ୍ୱନାଥପୁର ସ୍ଥିତ ମାଆ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ପୁର୍ବତନ ବିଧାୟକ ଶିବାଜୀ ମାଝୀ,ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର,ବ୍ଲକ ଉପାଧ୍ୟକ୍ଷା ତୁଳସି ନାଏକ ପ୍ରମୁଖ ଯୋଗଦେଇଥିଲେ । ବ୍ଲକ ଅଧ୍ୟକ୍ଷ ତଥା କରୋନା ଯୋଦ୍ଧା ସମ୍ବର୍ଦ୍ଧନା ଆୟୋଜନ ସମିତିର ଅଧ୍ୟକ୍ଷ ଇ.ଫକୀର ମୋହନ ମାଝୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସମାରୋହରେ ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ଯୋଦ୍ଧା ଭାବେ କାର୍ୟ୍ୟରତ ସରପଞ୍ଚ,ସମିତି ସଦସ୍ୟ,ସ୍ୱେଚ୍ଛାସେବୀ,ସ୍ୱାସ୍ଥ୍ୟକର୍ମି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମାରୋହରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଶାରିରିକ ଦୁରତା,ମାସ୍କ ପରିଧାନ ଓ ସାନିଟାଇଜରସନ ଗୁରୁତ୍ୱ ଦିଆଯାଇଥିଲା ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories