www.samajalive.in
Monday, December 8, 2025
20.1 C
Bhubaneswar

ପୁଣି ଗତିଶୀଳ ହେବ ଚଳଚ୍ଚିତ୍ର ଉଦ୍ୟୋଗ : ସରକାର ଜାରି କରିବେ ଏସ୍‍ଓପି

ନୂଆଦିଲ୍ଲୀ : କରୋନା ମହାମାରୀ କାରଣରୁ ଏକ ପ୍ରକାର ଅଚଳ ହୋଇପଡ଼ିଥିବା ଦେଶର ଚଳଚ୍ଚିତ୍ର ଉଦ୍ୟୋଗକୁ ପୁଣି ଗତିଶୀଳ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଅନ୍‍ଲକ୍‍ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ନିର୍ମାଣ ସକାଶେ ଖୁବ୍‍ ଶୀଘ୍ର ଏକ ନିର୍ଦ୍ଧାରିତ ପରିଚାଳନା ପ୍ରକ୍ରିୟା (ଏସ୍‍.ଓ.ପି.) ଜାରି କରାଯିବ ବୋଲି ଶ୍ରୀ ଜାଭଡେକର କହିଛନ୍ତି।
ଚଳଚ୍ଚିତ୍ର ନିର୍ମାଣ ସହିତ ଟି.ଭି. ଧାରାବାହିକ, ଆନିମେସନ୍‍ ଓ ଗେମିଂ ଆଦି କାର୍ଯ୍ୟକ୍ରମ ଆଦିର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର କେତେକ ପ୍ରୋତ୍ସାହନ ଭିତ୍ତିକ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଫିକି ଫ୍ରେମ୍ସର ୨୧ତମ ଉତ୍ସବରେ ଉଦ୍‍ବୋଧନ ଦେଇ ସେ ଏହା କହିଛନ୍ତି। ମୁମ୍ବାଇର ପୋୱାଇ ଲେକ୍‍ଠାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଯୋଗ ଦେଇ ଶ୍ରୀ ଜାଭଡେକର କହିଛନ୍ତି ଯେ କରୋନା ମହାମାରୀ ଏବେ ଯୋଗାଯୋଗର ନୂଆ ମାଧ୍ୟମ ବିଷୟରେ ଚିନ୍ତା କରିବାକୁ
ଲୋକମାନଙ୍କୁ ବାଧ୍ୟ କରିଛି। ଶାରୀରିକ ଭାବେ ଏକାଠି ନରହି ଭର୍ଚୁଆଲ୍‍ ଭାବେ ଏକାଠି ହେବା ଏବେ ଏକ ନୂତନ ସ୍ୱାଭାବିକ ପ୍ରକ୍ରିୟା ଭାବେ ଉଭା ହୋଇଛି। ଭର୍ଚୁଆଲ୍‍ ସମାବେଶରେ ମଧ୍ୟ ଅଂଶଗ୍ରହଣ ଯେଭଳି ଭାବେ ବଢ଼ି ଚାଲିଛି ତାହାହିଁ ବାସ୍ତବିକତା ବୋଲି ସେ କହିଛନ୍ତି।

Image Source : cnbctv18.com

ଭାରତୀୟ କାହାଣୀର ବିଶ୍ୱବ୍ୟାପୀ ଆଦର ରହିଛି ଏବଂ ୧୫୦ଟି ଦେଶରେ ଭାରତୀୟ ଚଳଚ୍ଚିତ୍ର ଓ ଏହାର କାହାଣୀକୁ ଦର୍ଶକ ମାନେ ବେଶ୍‍ ପସନ୍ଦ କରନ୍ତି। ଭାରତର ଗଣମାଧ୍ୟମ ଓ ମନୋରଞ୍ଜ ଉଦ୍ୟୋଗର ଯେଉଁ ବିପୁଳ ସମ୍ବଳ ଓ ସମ୍ଭାବନା ରହିଛି ତାହାର ବିନିଯୋଗ କରି ଏହି ଶିଳ୍ପକୁ ଆଗେଇ ନେବା ସକାଶେ ସେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଆହ୍ୱାନ କରିଛନ୍ତି। ଏଥିରେ
ଉଦ୍‍ବୋଧନ ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଭାରତକୁ ଏକ ଜ୍ଞାନଭିତ୍ତିକ ଅର୍ଥନୀତିରେ ପରିଣତ କରିବା ପାଇଁ ସୃଜନଶୀଳ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇଛନ୍ତି। ଏହି କ୍ଷେତ୍ରରେ ପରିମାଣ ସହିତ ମାନ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଏଥିରେ ଯୋଗ ଦେଇ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅମିତାଭ କାନ୍ତ କହିଛନ୍ତି, ସାମ୍ପ୍ରତିକ ସଂକଟକୁ ସୁଯୋଗରେ ପରିଣତ କରାଯିବାର ସମୟ ଆସିଛି। ଏଥିପାଇଁ ଦେଶକୁ ମନୋରଞ୍ଜନ ଶିଳ୍ପ ସମେତ କିଛି ଉତ୍ଥାନମୁଖୀ ଉଦ୍ୟୋଗକୁ ଚିହ୍ନଟ କରି ସେସବୁର ଅଭିବୃଦ୍ଧି କରାଗଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି। ଏହି ଫିକି ଫ୍ରେମ୍ସ ଭର୍ଚୁଆଲ୍‍ ସମ୍ମିଳନୀ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହିତ ଜଡ଼ିତ ବହୁ ପ୍ରମୁଖ
ବ୍ୟକ୍ତି ଓ ବିଶେଷଜ୍ଞ ନିଜ ନିଜର ମତାମତ ରଖିବେ। ସୂଚନାଯୋଗ୍ୟ ଇଟାଲୀକୁ ୨୦୨୦ ଫିକି ଫ୍ରେମ୍ସର ଫୋକସ୍‍ ଦେଶ ଭାବେ ବଛାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories