www.samajalive.in
Monday, December 8, 2025
27.1 C
Bhubaneswar

ରାଜଭବନରେ ୬ରୁ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ପ୍ରଚଳନ

ଭୁବନେଶ୍ୱର : ସାଧାରଣ ଅଭିଯୋଗଗୁଡ଼ିକର ସମାଧାନ ଓ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଆଗାମୀ ଜୁଲାଇ ୬ ତାରିଖରୁ ଓଡ଼ିଶା ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟା ପ୍ରଚଳିତ ହେଉଛି। ଏହି ଉଦ୍ଦେଶ୍ୟରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ୱେବ୍‍ ପୋର୍ଟାଲ ( https://cmgcodisha.gov.in) ବିକଶିତ କରାଯାଇଛି।ଏହା ମାଧ୍ୟମରେ ଅଭିଯୋଗକାରୀ ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ନିଜ ଅଭିଯୋଗ ଅପ୍‍ଲୋଡ଼୍‍ କରିପାରିବେ। ଏହା ପ୍ରାପ୍ତ ହେଲା ପରେ ସଂପୃକ୍ତ ବିଭାଗକୁ ତାର ଫଏସଲା ନିମନ୍ତେ ଯଥାସମ୍ଭବ ତୁରନ୍ତ ପଦକ୍ଷେପ ନେବାକୁ ପଠାଇଦିଆଯିବ। ୱେବ୍‍ ପୋର୍ଟାଲରେ ଅଭିଯୋଗ ଅପ୍‍ଲୋଡ଼୍‍ ହେଲା ମାତ୍ରେ ଅଭିଯୋଗକାରୀ ନିଜ ଫୋନ୍‍ ନମ୍ବରରେ ପଂଜୀକରଣ ସଂଖ୍ୟା ସହ ଏକ ମେସେଜ୍‍ ପାଇବେ। ଏହି ପଂଜୀକରଣ ସଂଖ୍ୟାକୁ ପରବର୍ତୀ ସମୟରେ ଅଭିଯୋଗକାରୀ ନିଜ ଅଭିଯୋଗର ସ୍ଥିତି ସଂପର୍କରେ ଜାଣିବାକୁ ବ୍ୟବହାର କରିପାରିବେ। ଏହି ଅନ୍‍ଲାଇନ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ଲକ୍ଷ୍ୟ ସମୟର ସଠିକ ଉପଯୋଗ ସହ ଶୀଘ୍ର ଅଭିଯୋଗ ଫଏସଲା ପାଇଁ ଅଭିପ୍ରେତ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories