www.samajalive.in
Monday, December 8, 2025
27.1 C
Bhubaneswar

ଦୈନିକ ସଂକ୍ରମିତ ସଂଖ୍ୟା ୨୦ ହଜାର ନିକଟତର, ୨୪ ଘଣ୍ଟାରେ ୩୮୦ ରୋଗୀ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ନିକଟତର ହୋଇଛି। ଗତ ଦୁଇଦିନ ହେଲା ନିୟମିତ ଭାବେ ୧୯ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୯ ହଜାର ୪୫୯ କରୋନା ପଜିଟିଭ ବାହାରିଥିବାବେଳେ ମୋଟ ରୋଗୀ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଗୋଟିଏ ଦିନରେ ୩୮୦ ରୋଗୀ ପ୍ରାଣ ହରାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୬ ହଜାର ୪୭୫ରେ ପହଞ୍ଚିଛି। ଏବେ ୨ ଲକ୍ଷ ୧୦ ହଜାର ୧୨୦ ​ ରୋଗୀ ସକ୍ରିୟ ଥିବାବେଳେ ୩ ଲକ୍ଷ ୨୧ ହଜାର ୭୨୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୬୪ ହଜାର ୬୨୬ରେ ପହଞ୍ଚିଛି। ଏଠାରେ ମୃତ୍ୟୁ ସଂଖ୍ୟା ୭୪୨୯କୁ ବଢ଼ିଛି। ଦିଲ୍ଲୀରେ ୮୩ ହଜାର ୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୬୨୩ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୮୨ ହଜାର ୨୭୫ କରୋନା ସଂକ୍ରମିତ ଏବଂ ୧୦୭୯ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୧ ହଜାର ୩୯୭କୁ ବୃଦ୍ଧି, ୧୮୦୯ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୨୨ ହଜାର ୧୪୭ ସଂକ୍ରମିତ ଓ ୬୬୦ ମୃତ, ପଶ୍ଚିମବଙ୍ଗରେ ୧୭ ହଜାର ୨୮୩ ଆକ୍ରାନ୍ତ ଓ ୬୩୯ ମୃତ, ହରିୟାଣାରେ ୧୩ ହଜାର ୮୨୯ ଆକ୍ରାନ୍ତ ଏବଂ ୨୨୩ ମୃତ, ଆନ୍ଧ୍ରପ୍ରଦଶେରେ ୧୩ ହଜାର ୯୮ ଆକ୍ରାନ୍ତ ଏବଂ ୧୬୯ ମୃତ, ତେଲେଙ୍ଗାନାରେ ୧୪ ହଜାର ୪୧୯ ସଂକ୍ରମିତ ଓ ୨୪୭ ମୃତ, କର୍ଣ୍ଣାଟକରେ ୧୩ ହଜାର ୧୯୦ ଆକ୍ରାନ୍ତ ଓ ୨୦୭ ମୃତ, ରାଜସ୍ଥାନରେ ୧୭ ହଜାର ୨୭୧ ଆକ୍ରାନ୍ତ ଓ ୩୯୯ ମୃତ, ଜାମ୍ମୁ-କାଶ୍ମୀରରେ ୭୦୯୩ ସଂକ୍ରମିତ ଓ ୯୪ ମୃତ, ମଧ୍ୟପ୍ରଦେଶରେ ୧୩ ହଜାର ୧୮୬୮ ସଂକ୍ରମିତ ଓ ୫୫୭ ମୃତ, ବିହାରରେ ୯୯୨୪ ଆକ୍ରାନ୍ତ ଓ ୬୨ ମୃତ, ଆସାମରେ ୭୪୯୩ ଆକ୍ରାନ୍ତ ଓ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories