www.samajalive.in
Monday, December 8, 2025
17.1 C
Bhubaneswar

ଘରେ ଖୁସିର ପ୍ରବେଶ

ସାମାନ୍ୟ କଥାରେ କଳିଝଗଡ଼ା ହେଉଥିଲେ, ଏ ପ୍ରତି ପରିବାର ସଦସ୍ୟ ସଜାଗ ରହିବା ଉଚିତ। ବାସ୍ତୁବିତ୍‌ଙ୍କ ମତରେ ଅନେକ ସମୟରେ ଘରର ଅଭ୍ୟନ୍ତର ପ୍ରତି ଦୃଷ୍ଟି ନ ଦେଇ କେତୋଟି ଭୁଲ୍ ପଦକ୍ଷେପ ନେଇଥାଉ। ଯେପରି, ଘରେ ବିଭିନ୍ନ ଦାମୀ ଆସବାବପତ୍ର ରଖୁ, କିନ୍ତୁ ସେସବୁକୁ ପରିଷ୍କାର କରିବାକୁ ସମୟ ଆମ ପାଖେ ନଥାଏ।
– ସୂର୍ଯ୍ୟକିରଣ ଘର ଭିତରେ ବିଚ୍ଛୁରିତ ହେବା ଜରୁରୀ। ଏହି ରଶ୍ମି ଘର ଭିତରକୁ ପ୍ରବେଶ କଲେ ଅନେକ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏଣୁ ସକାଳବେଳା ଘରର ପ୍ରତ୍ୟେକ ଝରକା ଖୋଲି ଦିଅନ୍ତୁ। ୧-୨ଘଣ୍ଟା ପରେ ଝରକା ବନ୍ଦ କରିପାରନ୍ତି।
– ଘର ଭିତରେ ବାହାରପିନ୍ଧା ଜୋତା ପିନ୍ଧି ଆସନ୍ତୁନାହିଁ। ଏହା ସହ ଘର ବାହାରେ ଜୋତା ଷ୍ଟାଣ୍ଡ ରଖିବା ଉଚିତ। ପୂର୍ବେ ଆମେ ଭାରତୀୟ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିଲୁ। ଏବେ ଏଥିରେ ବ୍ୟତିକ୍ରମ ହେଉଥିବାର ଦେଖାଯାଇଛି।
– ଘରର କେତୋଟି କୋଣରେ ସନ୍ଧ୍ୟା ପରେ ସୁଗନ୍ଧିତ ମହମବତି ଲଗାନ୍ତୁ। ଏହାର ବାସ୍ନା ଓ ରଙ୍ଗିନ ଶିଖା ଆମ ମାନସିକ ଚାପକୁ ଅନେକାଂଶରେ କମ୍ କରେ।
– ବୈଦ୍ୟୁତିକ ଉପକରଣର ଉପଯୋଗ ଯଥାସମ୍ଭବ କମ୍ କରିବା ସହ ଘରେ ଏହାର ସଂଖ୍ୟା ଆଦୌ ବଢ଼ାନ୍ତୁନାହିଁ। ଏହି ସବୁ ଯନ୍ତ୍ର କାରଣରୁ ମଧ୍ୟ ଆପଣଙ୍କ ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories