www.samajalive.in
Monday, December 8, 2025
27.1 C
Bhubaneswar

କୁମ୍ଭୀର ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ ; ନଦୀରୁ ଉଦ୍ଧାର ହେଲା କ୍ଷତବିକ୍ଷତ ମୃତଦେହ

ମାଲକାନଗିରି : ମାଲକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଜଣେ ନାବାଳକ କୁମ୍ଭୀର ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛି। ମୃତ ନାବାଳକ ହେଉଛି କୈଳାସ ମାଝୀ। ସେ ଚିତ୍ରକୋଣ୍ଡା ଝୋଲା ଗୁଡ଼ା ଅପରେଟ କଲୋନୀର ବାସିନ୍ଦା। ।ଆଜି ସକାଳେ କୈଳାସର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଯୋଗ୍ୟ, ଗତକାଲି ମଧ୍ୟାହ୍ନ ସମୟରେ ଚିତ୍ରକୋଣ୍ଡା ଜଳ ଭଣ୍ଡାରର ଲିଙ୍କ ଜଳାଶୟକୁ କୈଳାସ ଓ ଅଜୟ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ହଠାତ କୈଳାସ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ଏହା ଜାଣିବା ପରେ ଖୋଜା ଖୋଜି ଆରମ୍ଭ କରିବା ପରେ କୁମ୍ଭୀର କୈଳାସକୁ ନେଇଯାଇଥିବା ଜାଣିବାକୁ ପାଇଥିଲେ। ସକାଳ ସମୟରେ କୈଳାସର ଗୋଡ଼ ଓ ହାତ ନଥିବା ମୃତଦେହ ନଦୀରୁ ଉଦ୍ଧାର ହୋଇଥିଲା।
ପୂର୍ବରୁ ଏଠାରେ କୁମ୍ଭୀର ପାଣି ପିଇବାକୁ ଆସୁଥିବା ଗାଈ ଓ ଛେଳି ଆଦି ପଶୁଙ୍କୁ ଆକ୍ରମଣ କରିଥିବା ବେଳେ ଏହି ଅଂଚଳରେ କୁମ୍ବୀର ଆତଙ୍କ ଦେଖବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ ପହଂଚି ତଦନ୍ତ କରୁଛି । ପ୍ରାୟ ୩ ଟି କୁମ୍ଭୀର ଏଠାରେ ଥିବା ସୂଚନା ମିଳିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories