www.samajalive.in
Monday, December 8, 2025
27.1 C
Bhubaneswar

୩୦ ଲିଟର ମଦ ଜବତ, ଜଣେ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ସନ୍ନିକଟ ଲେଖନା ଗ୍ରାମରୁ ଗତ ସନ୍ଧ୍ୟାରେ ଥାନା ଅଧିକାରୀ ସୋମନାଥ ଜେନା ୩୦ ଲିଟର ମହୁଲି ମଦ ଜବତ କରିବା ସହ ଅଭିଯୁକ୍ତ ଶାନ୍ତନୁକୁ ଗିରଫ କରିଛନ୍ତି । ଆଜି ଗିରଫ ଶାନ୍ତନୁ ମୁଣ୍ଡାକୁ କୋର୍ଟଚାଲାଣ କରାଯାଇଛି। ପାଟଣା ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ ବ୍ୟାପକ ଚୋରା ମଦ ପ୍ରସ୍ତୁତି ଓ ବିକ୍ରି ବଢ଼ିଥିବା ବେଳେ ଅବକାରୀ ବିଭାଗର ନିଷ୍କ୍ରିିୟତା କାରଣରୁ ଏପରି ଘଟୁଥିବା ଅଭିଯୋଗ ହୋଇଛି ।  ଅବକାରୀ ବିଭାଗ କ୍ରମାଗତ ଚଢାଉ କରି ବ୍ୟାପକ ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories