www.samajalive.in
Thursday, December 11, 2025
27.1 C
Bhubaneswar

ପ୍ରତି ବ୍ଲକରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଯୋଜନା, ଜିଲାପାଳଙ୍କୁ ୨ଏକର ଲେଖାଏଁ ଜମି ଚିହ୍ନଟ ନିର୍ଦେଶ

ଭୁବନେଶ୍ବର : ରାଜ୍ୟର ସମସ୍ତ ବ୍ଳକରେ ବସଷ୍ଟାଣ୍ଡ ନିର୍ମାଣ ହେବ। ଗ୍ରାମାଞ୍ଚଳରେ ଯାତ୍ରୀମାନଙ୍କୁ ସଡ଼କ ପରିବହନ ଜରିଆରେ ସର୍ବନିମ୍ନ ସୁବିଧା ଯୋଗାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକ ଯୋଜନା ଓ ବ୍ୟୟ ଅଟକଳ ପ୍ରସ୍ତୁତି ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଅନ୍ୟପକ୍ଷରେ ନାବାର୍ଡ଼ର ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି(ଆରଆଇଡ଼ିଏଫ) ଅଧୀନରେ ବ୍ଲକସ୍ତରୀୟ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ସଂଶୋଧିତ ପ୍ରସ୍ତାବ ଦିଆଯାଇଛି। ଏ ସଂକ୍ରାନ୍ତରେ ପରିବହନ ବିଭାଗ ଅତିରିକ୍ତ ସଚିବ ଅର୍ଥ ବିଭାଗ ଉପସଚିବଙ୍କୁ ଚିଠି ଲେଖିଛନ୍ତି। ଏହି ପ୍ରସ୍ତାବ ଅନୁସାରେ ରାଜ୍ୟର ୨୭ଟି ଜିଲାରେ ୫୮ଟି ବସଷ୍ଟାଣ୍ଡ ପାଇଁ ୧୩୨କୋଟି ଟଙ୍କା ବିନିଯୋଗ ପାଇଁ ବ୍ୟୟବରାଦ କରାଯାଇଛି।

ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବସ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ସର୍ବନିମ୍ନ ୨ଏକର ଜମି ଚିହ୍ନଟ ପାଇଁ ସବୁ ଜିଲାର ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ବସଷ୍ଟାଣ୍ଡରେ ଶୌଚାଳୟ, ପାନୀୟଜଳ, ଛୋଟ ଦୋକାନ, ଆଲୋକ ବ୍ୟବସ୍ଥା, ଟିକଟ କାଉଣ୍ଟର, ଯାତ୍ରୀ ପ୍ରତୀକ୍ଷାଳୟ ବ୍ୟବସ୍ଥା କରିବାକୁ କୁହାଯାଇଛି। ତେବେ ବସ ଷ୍ଟାଣ୍ଡ ନିର୍ମାଣ ସହିତ ଏହାର ପରିସରରେ ଉପରୋକ୍ତ ବ୍ୟବସ୍ଥା କରିବା ସହିତ ଏହାର ପ୍ରତିଦିନର ରକ୍ଷଣାବେକ୍ଷଣ ତଥା ବିଦ୍ୟୁତ ଓ ଜଳ ବାବଦ ଦେୟ ଓ ଆନୁଷଙ୍ଗିକ ଖର୍ଚ୍ଚ ଭରଣା ପାଇଁ ଯେପରି ଏଠାରୁ ଆୟର ବ୍ୟବସ୍ଥା ହୋଇପାରିବ ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ମଡ଼େଲ ପ୍ଲାନ ପ୍ରସ୍ତୁତି, ଏହାର ବ୍ୟୟବରାଦ ଚୂଡ଼ାନ୍ତ କରିବା ସହିତ ପାଣ୍ଠି ଯୋଗାଡ଼ ପାଇଁ ବିଭାଗକୁ ରିପୋର୍ଟ ପଠାଇବାକୁ କୁହାଯାଇଛି।

- Advertisement -

ଇତିମଧ୍ୟରେ ନାବାର୍ଡ଼ର ଆରଆଇଡ଼ିଏଫ ପାଣ୍ଠିରେ ୨୭ଟି ଜିଲାରେ ୫୮ଟି ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ପ୍ରସ୍ତାବ ଦିଆଯାଇଥିବାରୁ ଏ ସଂକ୍ରାନ୍ତରେ ପରିବର୍ତ୍ତନ ବିଭାଗ ଅର୍ଥବିଭାଗକୁ ଚିଠି ଲେଖିଛି। ବ୍ଲକସ୍ତରୀୟ ବସଷ୍ଟାଣ୍ଡ ପାଇଁ ଆରଆଇଡ଼ିଏଫ ଜରିଆରେ ୧୩୨କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଛି। ଅନୁଗୋଳ, ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର ଆଦି ୨୭ଟି ଜିଲାରେ ଏହି ଯୋଜନାରେ ବସଷ୍ଟାଣ୍ଡ ନିର୍ମାଣର ପ୍ରସ୍ତାବ ରହିଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories