www.samajalive.in
Thursday, December 11, 2025
26.1 C
Bhubaneswar

ଶାଢୀ ସାଥୀରେ ଔଷଧ, କାଢା, ମାସ୍କ ମାଗଣା

ସୁରତ: ଦୀର୍ଘଦିନର ଲକଡାଉନ ପରେ ଧିରେ ଧିରେ ଦେଶ ଅନ୍‍ଲକ୍‍ ହେବା ଆରମ୍ଭ କରିଛି। କ଼ିନ୍ତୁ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ। ମାନ୍ଦା ପଡ଼ିଥିବା ଅର୍ଥନୀତିକୁ ସାମାନ୍ୟ ସୁଧାରିବା ପାଇଁ ବ୍ୟବସାୟ କ୍ଷେତ୍ରରେ କରୋନା ଲକଡାଉନକୁ ସାମାନ୍ୟ କୋହଳ କରାଯାଇଛି। ବଜାରରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲାଣି। ତେବେ ଏହି ସମୟରେ କରୋନା ମୁକାବିଲା ପାଇଁ ଗୁଜରାଟର ବ୍ୟବସାୟୀ ଅଣ୍ଟା ଭିଡ଼ିଛନ୍ତି। କରୋନା ଓ ଲକଡାଉନ କାରଣରୁ ଏପର୍ଯ୍ୟନ୍ତ ହୋଇଥିବା କ୍ଷତିକୁ ପୂରଣ କରିବାକୁ ଚେଷ୍ଟା କରୁଥିବା ସୁରତର ଶାଢୀ ବ୍ୟବସାୟୀ ନୂଆ ଅଫର୍‍ ଓ ଯୋଜନା ଆଣିବା ଆରମ୍ଭ କରିଛନ୍ତି। ଏମିତିକି ସୁରତର ଏକ ବ୍ୟବସାୟ ପ୍ରତିଷ୍ଠାନ ଆଣ୍ଟି କରୋନା ସ୍କିମ୍‍ ନେଇ ଆସିଛି।

ସୁରତର ଏହି ଶାଢୀ ବ୍ୟବସାୟ ପ୍ରତିଷ୍ଠାନ ତରଫରୁ ପ୍ରତ୍ୟେକ ଶାଢୀ ସହିତ କରୋନାରୁ ରକ୍ଷା ପାଇବା ପାଇଁ ବ୍ୟବହୃତ ହେଉଥିବା ୪ ମୁଖ୍ୟ ଜିନିଷ(ମାସ୍କ, ହୋମିଓପାଥି ଔଷଧ, କାଢା ଓ ଫେସ୍‍ ସିଲ୍ଡ) ମାଗଣା ଦିଆଯାଉଛି। ଶାଢୀ ସହ ଏହାକୁ ମଧ୍ୟ ପ୍ୟାକ୍‍ କରାଯାଉଛି। ଏହା ସହିତ ପ୍ୟାକିଂ ଉପରେ କୋଭିଡ଼୍‍-୧୯ ପ୍ରତି ସଚେତନତା ବାର୍ତ୍ତା ରହିଛି। ଗୋବିନ୍ଦ ଓମର ନାମକ ବ୍ୟବସାୟୀଙ୍କ ସଙ୍କଳ୍ପ ଶାଢୀ ପ୍ରତିଷ୍ଠାନ ଏହି ଖାସ୍‍ ପ୍ୟାକିଂ ସହ ଶାଢୀଗୁଡ଼ିକୁ ସାରା ଦେଶର ଖୁଚୁରା ବ୍ୟବସାୟୀମାନଙ୍କୁ ଯୋଗାଉଛି। ବୁଧବାର ପ୍ରତିଷ୍ଠାନ ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିଛି।

- Advertisement -

ପ୍ରତିଷ୍ଠାନର ମାଲିକ ଗୋବିନ୍ଦ ଓମରଙ୍କ କହିବାନୁସାରେ, ଏହିଭଳି ଖାସ୍‍ ପ୍ୟାକିଂରେ ୨ ଲକ୍ଷରୁ ଅଧିକ ଶାଢୀ ଖୁବଶୀଘ୍ର ଅନ୍ୟ ରାଜ୍ୟମାନଙ୍କୁ ପଠାଯିବ। ଖୁଚୁରା ବେପାରୀଙ୍କ ମାଧ୍ୟମରେ ଗୋଟିଏ ଶାଢୀ ସହ ଏବେ କରୋନା ରକ୍ଷାକାରୀ ୪ ମୁଖ୍ୟ ଜିନିଷ ଗ୍ରାହକଙ୍କ ଘରେ ପହଞ୍ଚିବ। ନିଜେ ଏହି ପଦକ୍ଷେପ ଗ୍ରହଣ କରିବା ସହିତ ଏନେଇ ଅନ୍ୟ ବ୍ୟବସାୟୀମାନଙ୍କୁ ମଧ୍ୟ ସେ ଅନୁପ୍ରେରିତ କରୁଛନ୍ତି ବୋଲି ଗୋବିନ୍ଦ କହିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories