www.samajalive.in
Monday, December 8, 2025
27.1 C
Bhubaneswar

ଶାସ୍ତ୍ର ମତ: ସୂର୍ଯ୍ୟପରାଗର ୪ ପ୍ରହର ପୂର୍ବରୁ ଖାଦ୍ୟ ଗ୍ରହଣ ଅନୁଚିତ୍

ଭୁବନେଶ୍ବର: ଦିନକ ପରେ ସୂର୍ଯ୍ୟ ପରାଗ । ଶାସ୍ତ୍ରରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣକୁ ନେଇ ଅନେକ ବାରଣ ରହିଛି । ତେବେ ଗ୍ରହଣ ଓ ପରାଗ ସମୟରେ ଖାଦ୍ୟ ଗ୍ରହଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।

ଆଦିତ୍ୟେଽହନି ସଂକ୍ରାନ୍ତୌ ଗ୍ରହଣେ ଚନ୍ଦ୍ରସୂର୍ଯ୍ୟୟୋଃ ।
ପାରଣଂ ଚୋପବାସଂ ଚ ନ କୁର୍ଯ୍ୟାତ୍ ପୁତ୍ରବାନ୍ ଗୃହୀ ।।

- Advertisement -

ସୂର୍ଯ୍ୟପରାଗ ହେଉ ବା ଚନ୍ଦ୍ରଗ୍ରହଣ ହେଉ ଏଥିରେ ବିଶେଷ ରୂପରେ ଖାଦ୍ୟଗ୍ରହଣକୁ ଧ୍ୟାନ ଦିଆଯାଉଛି ।
ଆଉ ଗୋଟିଏ କଥା ରହିଛି —
ଗ୍ରହଣୋଦ୍ ବାହସଂକ୍ରାନ୍ତିଯାତ୍ରାସୁ ପ୍ରସବେଷୁ ଚ । ଦାନଂ ନୈମିତ୍ତିକଂ ପ୍ରୋକ୍ତଂ ରାତ୍ରାବପି ତଦୀଷ୍ୟତେ ।।

ଅସ୍ୟାର୍ଥ — ଗ୍ରହଣ, ବିବାହ, ସଂକ୍ରାନ୍ତି, ଯାତ୍ରା ଓ ପ୍ରସବରେ ଯେଉଁ ଦାନ ଦିଆଯାଏ, ତାହା ନୈମିତ୍ତିକ ଦାନ, ତେଣୁ ତାହା ରାତିରେ ମଧ୍ୟ ହୋଇପାରିବ ।
ସୂର୍ଯ୍ୟଗ୍ରହେ ତୁ ଚାସ୍ମିୟାତ ପୂର୍ବଂଯମଚତୁଷ୍ଟୟଂ ।
ଚନ୍ଦ୍ରଗ୍ରହେ ତୁ ଯାମାସ୍ତ୍ରୀନ୍ ବାଳବୃଦ୍ଧାତୁରୈର୍ବିନା ।।

ଅର୍ଥାତ୍  ବାଳକ, ବୃଦ୍ଧ ଏବଂ ଆତୁର — ଏମାନଙ୍କ ସ୍ନାନ ଭୋଜନ ଆଦିରେ ଅଧିକାର ନଥାଏ, ତେଣୁ ସେମାନଙ୍କ ଛଡ଼ା ଅନ୍ୟ କୌଣସି ଲୋକ ସୂର୍ଯ୍ୟପରାଗ ଲାଗିବାର ପୂର୍ବରୁ ଚାରି ପ୍ରହର ମଧ୍ୟରେ ଏବଂ ଚନ୍ଦ୍ରଗ୍ରହଣ ଲାଗିବାର ତିନି ପ୍ରହର ମଧ୍ୟରେ ଭୋଜନ କରିବା ଉଚିତ୍ ନୁହେଁ ।
ଏଠାରେ ଯାତ୍ରା ସମନ୍ଧୀୟ କିଛି ନାହିଁ, ତଥାପି ଗ୍ରହଣ ସମୟରେ ଯାତ୍ରାଦି ନିଷେଧ କରାଯାଇଛି, ଆଉ ଯଦି ନିହାତି ଯାତ୍ରା କରିବାର ଅଛି, ତେବେ ଉପରୋକ୍ତ ନୈମିତ୍ତିକ ଦାନ ଦେଇସାରିବା ପରେ କରାଯାଇପାରେ । ଏହା ସହିତ ରଥଯାତ୍ରାର କୌଣସି ପ୍ରକାର ସଂପର୍କ ନାହିଁ, ଅର୍ଥାତ୍ ରଥଯାତ୍ରା ଦ୍ୱିତୀୟା ତିଥିରେ ହେଉଛି । କାରଣ ଗ୍ରହଣ ଶେଷରେ ସ୍ନାନ ତଥା ଦେବାଦେବୀଙ୍କ ମହାସ୍ନାନ କରାଇ ସୂର୍ଯ୍ୟଙ୍କ ଦର୍ଶନ କରିସାରିବା ପରେ ଆଉ କୌଣସି ପ୍ରକାରର ଆପତ୍ତି ଅଭିଯୋଗର ପ୍ରଶ୍ନ ହିଁ ଉଠୁନାହିଁ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories