ଭୁବନେଶ୍ବରରେ ଆଉ ୯ ଆକ୍ରାନ୍ତ ଚିହ୍ନଟ ; ୩ଜଣ କୋଭିଡ ହସ୍ପିଟାଲ କର୍ମଚାରୀଙ୍କୁ କରୋନା
ଭୁବନେଶ୍ବର : ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହୋଇଥିବା ୧୦ ଜଣ କରୋନା ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଭୁବନେଶ୍ବର ସହର ଅଞ୍ଚଳରୁ ୯ଜଣ ରହିଛନ୍ତି । ୯ ଜଣ ଆକ୍ରାନ୍ତମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରରୁ ୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫ଜଣ ରହିଛନ୍ତି । ୫ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ କୋଭିଡ ହସ୍ପିଟାଲ କର୍ମଚାରୀ ରହିଛନ୍ତି । ୩ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରୁ ୨ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 18 Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/6FcxtzduiA— BMC (@bmcbbsr) June 18, 2020
ସୂଚନା ଅନୁଯାୟୀ, ଗାଡକଣ ମହିମା ନଗରର ଗୋଟିଏ ପରିବାରରୁ ୨ଜଣ ସ୍ଥାନୀୟ ସଂକ୍ରମଣ । ଚନ୍ଦ୍ରଶେଖରପୁର ବଡ଼ିଏ କଲୋନିରୁ -୧ , ଭିମପୁରୁର -୨ ଜଣ କ୍ବାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟଜଣେ କ୍ବାରେଣ୍ଟିନ ପଜିଟିଭ ସାଲିଆ ସାହିରୁ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯୋଗ୍ୟ , ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି , ଏମାନଙ୍କ ମଧ୍ୟରୁ ୮୨ ଜଣ ସୁସ୍ଥ ହୋଇଥିବା ବେଳେ ୩ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ବର୍ତ୍ତମାନ ୭୨ ଜଣ ଆକ୍ରାନ୍ତ ଚିିକିତ୍ସିତ ହେଉଛନ୍ତି ।
Comments are closed.