www.samajalive.in
Monday, December 8, 2025
27.1 C
Bhubaneswar

ବଣୁଆ ହାତୀଙ୍କ ଉପଦ୍ରବ : ଭୟଭୀତ ଗ୍ରାମବାସୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢେଇ ଅନ୍ତ ହେବାର ନାମ ଧରୁ ନ ଥିବାବେଳେ ଏବେ କିଛି ଦିନର ବ୍ୟବଧାନ ପରେ ଜିଲ୍ଲାରେ ପୁଣି ବଣୁଆ ହାତୀଙ୍କର ଉପଦ୍ରବ ଦେଖିବାକୁ ମିଳିଛି। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଶନିବାର ସକାଳୁ ଏକ ବଣୁଆ ହାତୀପଲ ସଦର ରେଞ୍ଜ ଅନ୍ତର୍ଗତ କାଳିଆବେଡା ଗ୍ରାମ ମଧ୍ୟକୁ ଧସେଇ ହୋଇ ପଶିଥିଲେ। ଏହି ହାତୀ ପଲରେ ଆଠଟି ହାତୀ ରହିଛନ୍ତି। ଯାହା ମଧ୍ୟରେ ଦୁଇଟି ଦନ୍ତା ହାତୀ ସହ ତିନୋଟି ଛୁଆ ହାତୀ ଏବଂ ତିନୋଟି ବୟସ୍କ ହାତୀ ରହିଛନ୍ତି। ଦେଓବନ୍ଧ ଅଂଚଳରୁ ଆସି ଏହି ବଣୁଆ ହାତୀପଲ ପ୍ରଥମେ ଖଡିଆଡିହା ଗାଁ ଭିତରେ ପଶି ଚାଷୀଙ୍କର ବ୍ୟାପକ ପରିମାଣର ପନିପରିବା ନଷ୍ଟ କରିବା ପରେ କାଳିଆବେଡା ଗାଁ ଭିତରକୁ ଧସେଇ ପଶିଥିଲେ। ହଜାର ହଜାର ସଂଖ୍ୟାରେ ଲୋକମାନେ ହାତୀପଲଙ୍କୁ ଚତୁଃପାର୍ଶ୍ବରୁ ଘେରି ରହିଥିବା ବେଳେ ଗାଁ ମଝିରେ ଥିବା ଉଇକାଲପଟାସ ଜଙ୍ଗଲ ମଧ୍ୟରେ ସେମାନେ ଡେରା ପକାଇଛନ୍ତି। ଘଟଗାଁସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ଗ୍ରାମବାସୀ ସ୍ୱାଭାବିକ ଭାବେ ଭୟଭୀତ ଅବସ୍ଥାରେ ରହିଛନ୍ତି। କେନ୍ଦୁଝର ଜିଲାରେ ଦିନକୁ ଦିନ ଯେଉଁଭଳି ବନ୍ୟ ସମ୍ପଦ ନଷ୍ଟ ହେବାରେ ଲାଗିଛି ତାହା ଦ୍ୱାରା ଜଙ୍ଗଲର ବିରାଟକାୟ ଜୀବ ହାତୀ ପାଇଁ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ଏବଂ ଶାନ୍ତି ମଧ୍ୟ ନଷ୍ଟ ହେଉଛି। ଫଳରେ ଖାଦ୍ୟ ଅନ୍ୱେଷଣରେ ଦଳ ଦଳ ହୋଇ ହାତୀ ପଲ ଜନବସତି ଅଂଚଳକୁ ମାଡି ଆସୁଛନ୍ତି। ଏବଂ ପନି ପରିବା, ଧାନ ଫସଲ ଯାହା ପାଉଛନ୍ତି ଖାଉଛନ୍ତି ଏବଂ ନଷ୍ଟ କରୁଛନ୍ତି। ଏପରିକି ଘରଦ୍ୱାର ନଷ୍ଟ କରିବା ସହ ସମ୍ମୁଖରେ ପଡୁଥିବା ମଣିଷକୁ ମଧ୍ୟ ମାରୁଛନ୍ତି। ଏହା ଜିଲ୍ଲାବାସୀଙ୍କ ପାଇଁ ଏକ ବଡ ସମସ୍ୟା ଭାବେ ଛିଡା ହୋଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories