www.samajalive.in
Monday, December 8, 2025
17.1 C
Bhubaneswar

ଶବ ଶୋଭାଯାତ୍ରାରେ ସାମିଲ ୫୦୦ ଲୋକଙ୍କ ନାମରେ ମାମଲା ରୁଜୁ: ଟ୍ବିଟ୍ କରି ସୂଚନା ଦେଲେ ରାଉରକେଲା ଏସପି

ରାଉରକେଲା: ଥାନା ବାଟ ଦେଇ ଗଲା ଶବ ଶୋଭାଯାତ୍ରା ।  ଶବ ସଂସ୍କାର ବେଳେ ସର୍ବାଧିକ ୨୦ଜଣ ଲୋକ ସାମିଲ ହେବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାକୁ କେହି ମାନିଲେ ନାହିଁ । ନା ମୁହଁରେ ଥିଲା ମାସ୍କ, ନା ସାମାଜିକ ଦୂରତା । ଏବେ  ଘଟଣାର ୪ ଦିନ ପରେ ୫୦୦ ଲୋକଙ୍କ ନାଁରେ ମାମଲା ରୁଜୁ କରାଗଲା । ଏହାକୁ ନେଇ ରାଉରକେଲାରେ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା । ରାଉରକେଲା ସହରରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିଥିବା ଓ ପୋଲିସ ନିଷ୍କ୍ରିୟ ରହିଥିବା ରାଉରକେଲା ଓକିଲ ସଂଘ ଅଭିଯୋଗ କରିଛି। ରାଉରକେଲା ଏସ୍‌ପିଙ୍କ ବଦଳି କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ଅପରପକ୍ଷରେ ଏହି ଘଟଣାରେ ୫୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ରାଉରକେଲା ଏସପି ଟ୍ବିଟ୍ କରିଛନ୍ତି।

- Advertisement -

ଗତ ଜୁନ୍ ୭ ତାରିଖ ଦିନ ପ୍ଳ।ଣ୍ଟ ସାଇଟ୍‌ ଥାନା ରେଲେୱେ କଲୋନୀରେ ଘଟିଥିଲା ଗଣ୍ଡଗୋଳ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ କିଛି ଯୁବକ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ । ଏଥିରେ ସମ୍ପୃକ୍ତ ଯୁବକ ଗୁରତର ଆହତ ହୋଇଥିଲେ ଓ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହି ଘଟଣାରେ ୧୫ରୁ ଅଧିକ ବ୍ୟକ୍ତି ସାମିଲ ଥିବା ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଡ଼ାକ୍ତରଖାନାରେ ସମ୍ପୃକ୍ତ ଯୁବକ ମୃତ୍ୟୁବରଣ କରିଥିଲେ ଓ ଏହାର ପରଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ମାତ୍ର ଏହି ଅନ୍ତିମସଂସ୍କାର କାର୍ଯ୍ୟକ୍ରମରେ ପ୍ରାୟ ୩/୪ ହଜାରଲୋକ ସାମିଲ ହୋଇଥିଲେ ବୋଲି କୁହାଯାଉଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories