www.samajalive.in
Monday, December 8, 2025
20.1 C
Bhubaneswar

ଆସନ୍ତା ବର୍ଷ ପାଠ୍ୟକ୍ରମରେ ସାମିଲ ହେବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ଵର : ଆସନ୍ତା ବର୍ଷଠାରୁ ପିଲାଙ୍କ ପାଠ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି କରୋନା ମହାମାରୀ ପରେ ସ୍କୁଲ ଖୋଲିଲେ ପିଲାମାନେ ଏହି ସଙ୍ଗୀନ ଗାନ କରିବେ ଏବଂ ଆସନ୍ତାବର୍ଷ ପିଲାମାନେ ନିଜ ପାଠ୍ୟକ୍ରମରେ ଏହି ବିଷୟ ସ୍ଥାନ ପାଇବ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସିଲାବସରେ ଏହା ରହିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏହି ଦୃଷ୍ଟିରୁ ଏହାକୁ ଆସନ୍ତା ବର୍ଷ ପାଠ୍ୟକ୍ରମରେ ସାମିଲ କରାଯିବ ।  ଚଳିତ ବର୍ଷ ପିଲାମାନଙ୍କୁ ବହି ବଣ୍ଟନ ସରିଛି ନହେଲେ ଏହା ସାମିଲ ହୋଇପାରିଥାନ୍ତା । ଯଦି ସୁବିଧା ହୁଏ ତେବେ ସ୍ୱତନ୍ତ୍ର  ପୁସ୍ତିକା ବଣ୍ଟନ କରାଯିବ । ଯାହା ସୂଚନା ଓ ଲୋକ ସଂପର୍କ ବିଭାଗ ଆଧାରରେ ପାଠ୍ୟକ୍ରମରେ ସାମିଲ ହେବ । ପାଠ୍ୟକ୍ରମରେ ସଂଗୀତ ରହିବ ଓ  କାନ୍ତକବିଙ୍କ ସଂପର୍କରେ ବି ସ୍ଥାନ ପାଇବ ବୋଲି ସେ କହିଛନ୍ତି । ପ୍ରତିଦିନ ସ୍କୁଲରେ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହାକୁ ଗାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories