www.samajalive.in
Monday, December 8, 2025
27.1 C
Bhubaneswar

ଅକ୍ଟୋବର ବେଳକୁ ଫେରିବ କ୍ରୀଡ଼ା ପ୍ରତିଯୋଗିତା : ବାତ୍ରା

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ବାଧାପ୍ରାପ୍ତ ହୋଇଛି। କରୋନା ସମଗ୍ର ବିଶ୍ବ କ୍ରୀଡ଼ାକୁ ପ୍ରଭାବିତ କରିଛି। କରୋନା ବିପକ୍ଷ ଯୁଦ୍ଧରେ ଭାରତ ବିଜୟୀ ହେବ ଆଉ ଅକ୍ଟୋବର ବେଳକୁ ଦେଶରେ ବିଭିନ୍ନ ଜାତୀୟ ପ୍ରତିଯୋଗିତା ଫେରିବ ବୋଲି ଭାରତୀୟ ଅଲିମ୍ପିକ୍‌ସ ସଂଘର ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରା କହିଛନ୍ତି। ଫିକି ସ୍ପୋର୍ଟ୍ସ ୱେବନିୟର ପକ୍ଷରୁ ଆୟୋଜିତ କରୋନା ପରେ ଭାରତରେ କ୍ରୀଡ଼ାର ସ୍ଥିତି ଓ ପ୍ରଗତି ଶୀର୍ଷକ ଆଲୋଚନାରେ ମତ ଦେଇ ଆଇଓଏ ସଭାପତି ଶ୍ରୀ ବାତ୍ରା କହିଛନ୍ତି ଯେ, ଦେଶରେ ବିଭିନ୍ନ କ୍ରୀଡ଼ା ପ୍ରତିଷ୍ଠାନରେ କ୍ରୀଡ଼ା ଅଭ୍ୟାସ ଆରମ୍ଭ କରିବା ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର (ଏସ୍‌ଓପି) ନିୟମ ପ୍ରଣୟନ କରାଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଦେଶ କ୍ରୀଡ଼ା ପ୍ରତିଯୋଗିତାକୁ ଫେରିବା ଓ ଖେଳାଳି ଅଭ୍ୟାସକୁ ଫେରିବା ନେଇ ଏସ୍‌ଓପି ଗାଇଡ୍‌ଲାଇନ୍‌ ପ୍ରଣୟନ କରିଛନ୍ତି। ବିଭିନ୍ନ କ୍ରୀଡ଼ା ପ୍ରତିଷ୍ଠାନରେ ଗାଇଡ୍‌ଲାଇନ୍ ଅନୁଯାୟୀ ଖେଳାଳିମାନେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରରେ ହକି, ଦିଲ୍ଲୀରେ ବନ୍ଧୁକଚାଳନା କେନ୍ଦ୍ରରେ ମଧ୍ୟ ଏସ୍ଓପି ଅନୁଯାୟୀ ଅଭ୍ୟାସ ଆରମ୍ଭ ହୋଇଛି। ୪୦ରୁ ୫୦ ପ୍ରତିଶତ ଖେଳାଳି ଦେଶରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଆସନ୍ତା ଦୁଇତିନି ମାସ ମଧ୍ୟରେ ପରିସ୍ଥିତିରେ ସୁଧାର ଆସିବା ସହିତ କ୍ରୀଡ଼ା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବ। ଅକ୍ଟୋବର ବେଳକୁ କ୍ରୀଡ଼ା ପ୍ରତିଯୋଗିତା ଦେଶରେ ଆୟୋଜନ ହେବା ନେଇ ଆଶା କରାଯାଉଛି ବୋଲି ବାତ୍ରା କହିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ ଯୋଗଦେଇ କହିଥିଲେ ଯେ, କୋଭିଡ୍‌-୧୯ ସାରା ବିଶ୍ବରେ କ୍ରୀଡ଼ାକୁ ପ୍ରଭାବିତ କରିଛି। ଏବେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସହ ଅଭ୍ୟାସ ଉପରେ ଗୁରୁତ୍ବ ଦିଆଯାଉଛି। କ୍ରୀଡ଼ାବିତ୍‌ମାନେ ଅଭ୍ୟାସକୁ ଫେରିଛନ୍ତି। ଓଡ଼ିଶାରେ ମଧ୍ୟ କ୍ରୀଡ଼ାବିତ୍‌ମାନେ ଅଭ୍ୟାସକୁ ଫେରିବା ସହିତ ଏସ୍‌ଓପି ଆଧାରରେ ଅଭ୍ୟାସ ଉପରେ ଗୁରୁତ୍ବ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଆଇସିସି କ୍ରିକେଟ କମିଟି ଅଧ୍ୟକ୍ଷ ଅନିଲ କୁମ୍ବଲେ କହିଛନ୍ତି ଯେ, କ୍ରିକେଟକୁ ଫେରିବା ନେଇ ଏବେ ସମୟ ଆସିଛି। ଏଥିପାଇଁ ଯୋଜନାବଦ୍ଧ ଭାବେ ଅଭ୍ୟାସ ଆରମ୍ଭ କରାଯିବା ପ୍ରଥମ କାର୍ୟ୍ୟ। ପରେ ପ୍ରତିଯୋଗିତାକୁ ଫେରିବା ଲକ୍ଷ୍ୟ ରଖିବା ଉଚିତ ବୋଲି କୁମ୍ବଲେ କହିଛନ୍ତି। ସେହିପରି ଫିକି ସ୍ପୋର୍ଟ୍ସ କମିଟି ଅଧ୍ୟକ୍ଷ ସଞ୍ଜୟ ଗୁପ୍ତା, ସେକ୍ରେଟାରୀ ଜେନରାଲ ଦିଲ୍ଲୀପ ଚିନ୍ମୋୟ ପ୍ରମୁଖ ଖୁବଶୀଘ୍ର ଦେଶରେ କ୍ରୀଡ଼ା ପ୍ରତିଯୋଗିତା ଫେରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories