www.samajalive.in
Monday, December 8, 2025
27.1 C
Bhubaneswar

ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା

ଭୁବନେଶ୍ବର : ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା। ବିଧାନସଭା ଛାତ ଉପରେ ଲାଗିବ ସୋଲାର ପ୍ଲାଣ୍ଟ। ଏ ନେଇ ସୋମବାର ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ OREDA ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେପ୍ଟେମ୍ବର ଶେଷ ସୁଦ୍ଧା ବିଧାନସଭାକୁ ସୌରଶକ୍ତି ଚାଳିତ କରାଯିବ ବୋଲି OREDA ଯୁଗ୍ମ ନିର୍ଦେଶକ ଅଶୋକ ଚୌଦ୍ରୀ କହିଛନ୍ତି। ଏହା ୩୫ ଲକ୍ଷ ଟଙ୍କାର ପ୍ରକଳ୍ପ। ଏହାର କାମ ଓଡ଼ିଶାର ଶାନ୍ତି ଆସୋସିୟଟକୁ ଦିଆଯାଇଛି। ପ୍ଲାଣ୍ଟ ଛାତର ବର୍ଗ ଅନୁସାରେ ୯୦ କିଲୋୱାଟର ଲାଗିବ। ବର୍ଷକୁ ୧ଲକ୍ଷ ୧୮ହଜାର ୟୁନିଟ ସଞ୍ଚୟ ହେବ ବୋଲି ଆଶା କରାଯାଉଛି। ୧୨୦ ଦିନ ଭିତରେ କାମ ସାରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ବିଧାନସଭାର ବହୁତ ଟଙ୍କା ବିଜୁଳିରେ ଖର୍ଚ୍ଚ ହେଉଥିଲା, ତାହା ସଞ୍ଚୟ ହେବ ବୋଲି ବାଚସ୍ପତି କହିଛନ୍ତି।

 

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories