www.samajalive.in
Monday, December 8, 2025
20.1 C
Bhubaneswar

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ପିଟିଲା ବାଇକ- ୨ ମୃତ

ଖଡିଆଳ : ଖଡିଆଳ-କଣ୍ଟାବାଞ୍ଜି ୩୫୩ ନଂ ଜାତୀୟ ରାଜପଥର ପଦମପୁର ଛକ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇଛି। ଏଥିରେ  ୨ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ବାଇକ ଆରୋହୀ ହେଲେ ଡଣେଇବା ଗ୍ରାମର କୈଳାସ ଜଗତ ଏବଂ ତେନ୍ଦୁଲକର ଜଗତ ।

ସୂଚନା ଅନୁଯାୟୀ, ବୋଡେନ ବ୍ଲକ ଡଣେଇବା ଗ୍ରାମର ୨ ଜଣ ଯୁବକ କୈଳାସ ଏବଂ  ଜଗତ ଏକ ବାଇକ ଯୋଗେ କଣ୍ଟାବାଞ୍ଜି ସହରରୁ ଖଡିଆଳକୁ ସନ୍ଧ୍ୟା ସମୟରେ ଫେରୁଥିଲେ।  ଫେରିବାସମୟରେ ଖଡିଆଳ ସହର ଠାରୁ ୨ କିଲୋମିଟର ଦୂର ପଦମପୁର ଗ୍ରାମ ନିକଟରେ ଉକ୍ତ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୃତ ଗତିରେ ଆସୁଥିବା ଯୋଗୁ ବାଇକ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଖଡିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିବା ନେଇ ଏଏସଆଇ ଜିତୁ ମୋହନ ବେଶ୍ରା ପ୍ରକାଶ କରିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories