www.samajalive.in
Monday, December 8, 2025
27.1 C
Bhubaneswar

ଚାରୋଟି କ୍ୟାମେରା ସହ ଓପୋ ଫାଇଣ୍ଡ ଏକ୍ସ-୨ ନିଓର ବଜାର ପ୍ରବେଶ

  • ଏହି ସ୍ମାର୍ଟଫୋନର ମୂଲ୍ୟ ପ୍ରାୟ ୫୮,000 ଟଙ୍କା
  • ଚାରୋଟି କ୍ୟାମେରା ସହିତ ମିଳିବ ୪ହଜାର ୨୫ ଏମଏଚ୍ ବ୍ୟାଟେରୀ

ନୂଆଦିଲ୍ଲୀ : ଅନେକ ଲିକ୍ ପରେ ଚୀନର ସ୍ମାର୍ଟଫୋନ୍ କମ୍ପାନୀ ଓପୋ ଶେଷରେ ଜର୍ମାନୀରେ ତାର ଫାଇଣ୍ଡ ଏକ୍ସ-୨ ନିଓ(Find X2 Neo) ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହି ଅତ୍ୟାଧୁନିକ ସ୍ମାର୍ଟଫୋନରେ ୫ଜି କନେକ୍ଟିଭିଟି, ଚାରୋଟି କ୍ୟାମେରା, ଏଚଡ଼ି ଡିସପ୍ଲେ ଏବଂ ଶକ୍ତିଶାଳୀ ପ୍ରୋସେସରର ସମର୍ଥନ ରହିଛି। ଏହା ବ୍ୟତୀତ, ଉପଭୋକ୍ତାମାନେ ଫାଇଣ୍ଡ ଏକ୍ସ-୨ ନିଓ (Oppo Find X2 Neo)ରେ ମଲ୍ଟି-ଲେୟାର୍ କୁଲିଂ ସିଷ୍ଟମ୍ ପାଇପାରିବେ।

Oppo X2 ନିଓର ମୂଲ୍ୟ

- Advertisement -

ଓପୋ ଏହାର ସର୍ବଶେଷ ସ୍ମାର୍ଟଫୋନ୍ ଫାଇଣ୍ଡ ଏକ୍ସ-୨ ନିଓ (Find X2 Neo) କୁ ପ୍ରାୟ ୫୮,000 ଟଙ୍କାରେ କ୍ରୟ କରିପାରିବେ। ଏହି ସ୍ମାର୍ଟଫୋନର ବିକ୍ରି ବାବଦରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

Oppo Find X2 Neo ସ୍ମାର୍ଟଫୋନରେ  ଆମୋଲେଡ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୨,୪୦୦x ୧,୦୮୦ ପିକ୍ସେଲ ରହଛି। ଆହୁରି ମଧ୍ୟ, ଏହି ସ୍ମାର୍ଟଫୋନରେ ୧୨ ଜିବି ରାମ + ୨୫୬ ଜିବି ଷ୍ଟୋରେଜ୍ ଏବଂ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୬୫ ଜି ଚିପସେଟର ସମର୍ଥନ ରହିଛି। ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ଉପରେ ଆଧାର କରି କଲୋରୋସ୍ ୭ ଅପରେଟିଂ ସିଷ୍ଟମରେ କାମ କରିଥାଏ।

ଓପୋ ଏକ୍ସ-୨ ନିଓର କ୍ୟାମେରା

ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ଏକ କ୍ୱାଡ କ୍ୟାମେରା ସେଟଅପ୍ (ଚାରୋଟି କ୍ୟାମେରା) ପାଇପାରିବେ। ଯେଉଁଥିରେ ୪୮ମେଗାପିକ୍ସେଲ ପ୍ରାଥମିକ ସେନସର, ୧୩ ମେଗାପିକ୍ସେଲର ଟେଲିଫୋଟୋ ଲେନ୍ସ, ୮ ମେଗାପିକ୍ସେଲ ୱିଣ୍ଡ-ଆଙ୍ଗଲ ସୁଟର ଏବଂ ୨ ମେଗାପିକ୍ସେଲ ବୋକେ ସେନସର ରହିଛି। ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍ ସାମ୍ନାରେ ୩୨ ମେଗାପିକ୍ସେଲ ସେଲଫି କ୍ୟାମେରା ଦିଆଯାଇଛି।

ଓପୋ ଏକ୍ସ-୨ ନିଓର ବ୍ୟାଟେରୀ ଏବଂ ସଂଯୋଗୀକରଣ

ଓପୋ ଏହି ସ୍ମାର୍ଟଫୋନକୁ ୫G, ବ୍ଲୁଟୁଥ୍ ଭର୍ସନ୍ ୫.୧, ୱାଇ-ଫାଇ, ଏନଏଫସି, ଜିପିଏସ୍ ଏବଂ ୟୁଏସବି ପୋର୍ଟ ଟାଇପ୍-ସି ଭଳି ବ ବୈଶିଷ୍ଟ୍ୟ ପ୍ରଦାନ କରିଛି। ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ୪ହଜାର ୨୫ଏମ୍ଏଚ୍ ବ୍ୟାଟେରୀ ରହିଛି। ଯାହା ଭିଓଓସି ଫ୍ଲାସ୍ ଚାର୍ଜ ୪.୦ ଟେକ୍ନୋଲୋଜି ସହିତ ସଜ୍ଜିତ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories