www.samajalive.in
Monday, December 8, 2025
20.1 C
Bhubaneswar

ଉଡିଗଲା ଶ୍ରୀମନ୍ଦିରର ପତିତପାବନ ବାନା

ପୁରୀ : ପୁରୀ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା । ଆଜି ଅପରାହ୍ନ ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି । କେହି କେହି ଏହାକୁ ଶୁଭ ତ ଆଉ କେହି ଅଶୁଭ ବୋଲି କହୁଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବାତ୍ୟା ଅମ୍ଫାନ ମଧ୍ୟ କାୟା ବିସ୍ତାର କରିମାଡିଆସୁଛି । ଏହାରି ମଧ୍ୟରେ ସାଢେ ଚାରିକୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମରେ  ଶ୍ରୀମନ୍ଦିର ନୀଳଚକ୍ରରୁ ପତିତପାବନ ବାନା ଉଡିଯିବାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ବଙ୍ଗୋପସାଗରେ ବାତ୍ୟା ଅମ୍ଫାନ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପୁରୀରେ ପାଣିପାଗରେ ପରିବର୍ତ୍ତନ ଘଟିବା ସହ ପବନ ବହୁଛି । ଯାହା ଫଳରେ ପତିତପାବନ ବାନା ଉଡି ଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସନ୍ଧ୍ୟାରେ ବାନା ପୁଣି ବନ୍ଧାଯିବ ବୋଲି ଚୂନରା ସେବାୟତ କହିଛନ୍ତି ।  ସୂଚନାଯୋଗ୍ୟ ଗତବର୍ଷ ସାମୁଦ୍ରିକ ଝଡ ଫୋନି ଆସିବା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରର ପତିତପାବନ ବାନା ଉଡିଯାଇଥିଲା ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories