www.samajalive.in
Monday, December 8, 2025
20.1 C
Bhubaneswar

କରୋନା ଅଚଳ କରିପାରେ ମାଂସପେଶୀ; ସୁସ୍ଥ ହୋଇଥିବା ରୋଗୀଙ୍କ ପାଇଁ ଚୀନ୍ ଜାରିକଲା ମାର୍ଗଦର୍ଶିକା

ବେଇଜିଂ: ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଏବେ ବିଶ୍ବବ୍ୟାପୀ କାୟା ବିସ୍ତାର କରିଚାଲିଛି। କରୋନା ସଂକ୍ରମଣରେ ଅନେକଙ୍କ ମୃତ୍ୟୁ ହେଉଥିବାବେଳେ ବହୁ ରୋଗୀ ସୁସ୍ଥ ହେଉଛନ୍ତି । ତେବେ ସୁସ୍ଥ ହେଉଥିବା ଲୋକଙ୍କ ଲଙ୍ଗ୍‌ ଓ ହାର୍ଟ ଅକାମି ହେବା   ସାଙ୍ଗକୁ ମାନସିକ ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି । କରୋନା ଭୂତାଣୁ ସଂକ୍ରମଣ ଦ୍ବାରା ମାଂସପେଶୀ ହରାଇକୁ ମଧ୍ୟ ପଡ଼ିପାରେ । ଏହାସହିତ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଦୀର୍ଘସ୍ଥାୟୀ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପାରେ ଓ କ୍ରୋନିକ୍‌ ଡିଜିଜ୍‌ ଦେଖାଦେଇପାରେ ବୋଲି ଚୀନ୍‌ ଜାତୀୟ ସ୍ବାସ୍ଥ୍ୟ କମିଶନ(ଏନ୍‌ଏଚ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ପରେ ସୁସ୍ଥ ହେଉଥିବା ରୋଗୀଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। କୋଭିଡ୍‌-୧୯ ପଜିଟିଭ୍‌ ରୋଗୀ ସୁସ୍ଥ ହେବା ପରେ ସେମାନେ ସରକାରୀ ଚିକିତ୍ସା ବୀମା ଆବେଦନ କଲେ ସେମାନଙ୍କୁ ବୀମାରାଶି ପ୍ରଦାନ କରାଯାଇପାରିବ ବୋଲି ଏହି ମାର୍ଗଦର୍ଶିକାରେ ଦର୍ଶାଯାଇଛି ।
ସୁସ୍ଥ କୋଭିଡ୍‌-୧୯ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି ଏବଂ ସେମାନଙ୍କୁ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। କୋଭିଡ୍‌-୧୯ ଆକ୍ରାନ୍ତ ରୋଗୀ ସୁସ୍ଥ ହେବା ପରେ ଅନ୍ୟ ରୋଗରେ ପୀଡ଼ିତ ହେଉଛନ୍ତି। ସେଥିପାଇଁ ସେମାନଙ୍କୁ କିଭଳି ଚିକିତ୍ସା କରାଯାଇପାରିବ ସେଥିନେଇ ଏନ୍‌ଏଚ୍‌ସି ପକ୍ଷରୁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଶନିବାର ସୁଦ୍ଧା ଚୀନ୍‌ରେ ୭୮,୨୨୭ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଓ ୪,୬୩୪ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସୁସ୍ଥ ହେବା ପରେ ହିଁ ଅନ୍ୟ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ପୀଡ଼ିତ ହେଉଥିବା ଦେଖାଯାଉଛି। ଯେଉଁମାନଙ୍କ କୋଭିଡ୍‌-୧୯ର ମାଇଲ୍ଡ କିମ୍ବା ମଡେରେଟ୍‌ ସିମ୍ପଟନ୍‌ ରହିଛି ସେମାନେ ଭଲ ହେବା ପରେ ସେମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ଯାହା ପରବର୍ତ୍ତୀ ସମୟରେ ଦୀର୍ଘସ୍ଥାୟୀ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହେବାର ମୁଖ୍ୟ କାରଣ ବୋଲି କହୁଯାଉଛି।
ଏନ୍‌ଏଚ୍‌ସି ମାର୍ଗଦର୍ଶିକାରେ ଦର୍ଶାଯାଇଛି ଯେ ଦୀର୍ଘଦିନ ପର୍ଯ୍ୟନ୍ତ ଚିକିତ୍ସା ପାଇଁ ମେଡ଼ିକାଲ୍‌ରେ ଭର୍ତ୍ତି ହେଉଥିବା କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହେବା ପରେ ସେମାନଙ୍କ ହାର୍ଟ ସମସ୍ୟା ଦେଖାଦେଇଥାଏ। ସେହିପରି ଏହି ଭୂତାଣୁ ସଂକ୍ରମଣ ଦ୍ବାରା ରୋଗୀଙ୍କ ଠାରେ ଏଞ୍ଜାଇନା ଏବଂ ଆରିଥିମିଆ ଲକ୍ଷଣ ଦେଖିବାକୁ ମିଳିଥାଏ।
ମାନସିକ ଚାପ, ଅନିଦ୍ରା, ଖାଦ୍ୟପାନୀୟରେ ଅରୁଚି ଓ ଅନ୍ୟାନ୍ୟ ଲକ୍ଷଣ ଦେଖାଯିବାର ସମ୍ଭାବନା ରହିଛି। ସେହିପରେ ମାଂସପେଶୀ ଏବଂ ଅଙ୍ଗପ୍ରତ୍ୟଙ୍ଗ ଆଦି ଅକାମି ହୋଇପାରେ। ସେହିପରି ଏହି ମାର୍ଗଦର୍ଶିକାରେ କୋଭିଡ୍‌-୧୯ ସୁସ୍ଥ ରୋଗୀଙ୍କ ଆଉ କେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି ଓ ତାହା କିଭଳି ଚିକିତ୍ସା କରାଯିବ କୁହାଯାଇଛି।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories