www.samajalive.in
Monday, December 8, 2025
27.1 C
Bhubaneswar

ଚୀନ୍‌ରେ ନୂଆ ନିୟମ

କରୋନା ସ୍ଥିତି ପରେ ଚୀନ୍‌‌‌ରେ ବିଭିନ୍ନ ପ୍ରକାର ପଦକ୍ଷେପମାନ ନିଆଯାଇଛି। ଉଚ୍ଚ ଅଟ୍ଟାଳିକା ପାଇଁ ଚର୍ଚ୍ଚାରେ ଥିବା ଏଇ ରାଷ୍ଟ୍ରରେ ଆଗାମୀ ଦିନରେ ଏଭଳି ଅଟ୍ଟାଳିକା ତିଆରି କରାଯିବ ନାହିଁ ବୋଲି ପ୍ରକାଶ। ଖବରର ସତ୍ୟତା ସ୍ପଷ୍ଟ ହେବା ପରେ ସାଧାରଣମହଲରେ ଅସନ୍ତୋଷ ଦେଖାଦେଇଛି। ୫୦୦ମିଟରରୁ ଅଧିକ ଲମ୍ବ ଅଟ୍ଟାଳିକା ସେଠାରେ ନିର୍ମାଣ ହେବା ନେଇ ରୋକ୍ ଲଗାଯାଇଛି। କୌଣସି କମ୍ପାନୀ ଅବା ହୋଟେଲ କିମ୍ବା ସପିଂ ମଲ୍ ୨୫୦ ମିଟରରୁ ଉଚ୍ଚତା ଅଟ୍ଟାଳିକା କରିବାକୁ ଚାହୁଁଥିଲେ, ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ନିକଟରେ ଆବେଦନ କରିବାକୁ ପଡ଼ିବ। ଏହି କଟକଣା ପଛର ରହସ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଚୀନ୍‌ର ଜନୈକ ନାମୀ ଶିଳ୍ପପତିଙ୍କ ମତରେ ତାଙ୍କ ଦେଶକୁ ପର୍ଯ୍ୟଟକ ଆସିବାର ଅନ୍ୟତମ ମୁଖ୍ୟ କାରଣ ହେଲା ଚାକଚକ୍ୟ ସୁଉଚ୍ଚ ଅଟ୍ଟାଳିକା। ବର୍ତ୍ତମାନ ସମୟରେ ସେସବୁ ନିର୍ମାଣ ବନ୍ଦ କରାଗଲେ, ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ହୋଇପାରେ। ସେଠାକାର କାଉନସିଲ୍ ଅଫ୍ ଟଲ୍ ବିଲଡିଙ୍ଗସ୍ ଆଣ୍ଡ ଅର୍ବାନ୍ ହାବିଟାଟ୍‌୍ର ସର୍ବେକ୍ଷଣ ଅନୁସାରେ, ଆମେରିକା ପରେ ଚୀନ୍ ଦ୍ବିତୀୟ ରାଷ୍ଟ୍ର, ଯେଉଁଠାରେ ନଭଶ୍ଚୁମ୍ବୀ ଅଟ୍ଟାଳିକାମାନ ରହିଛି। ଚୀନ୍‌‌‌ରେ ମୋଟ ୮୦୭ଟି ଉଚ୍ଚ ଅଟ୍ଟାଳିକା ରହିଛି, ଯାହାର ଉଚ୍ଚତା ୧୬୪୦ ଫୁଟ୍ ପାଖାପାଖି ହେବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories