www.samajalive.in
Monday, December 8, 2025
20.1 C
Bhubaneswar

କେନ୍ଦୁଝରରେ ଆଉ ୨କରୋନା ପଜିଟିଭ ସୁରତ ଫେରନ୍ତା-ଜିଲାପାଳ

କେନ୍ଦୁଝରଗଡ: କେନ୍ଦୁଝର ଜିଲା ହାଟଡିହି ବ୍ଲକ ଢ଼େଙ୍କା ଓ ଧର୍ନୁଜୟପୁର ପଞ୍ଚାୟତରେ ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲାପାଳ ଆଶିଷ ଠାକରେ ମଙ୍ଗଳବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ସେ ଏହା କହିଛନ୍ତି। ଚିହ୍ନଟ ହୋଇଥିବା ଦୁଇଜଣ ସୁରତ ଫେରନ୍ତା। ସେମାନଙ୍କ ମଧ୍ୟରୁ ଜଣେ ଚଳିତମାସ ୨ ତାରିଖ ଓ ଅନ୍ୟ ଜଣେ ୪ତାରିଖ କେନ୍ଦୁଝରରେ ପହଞ୍ଚିଥିବା ବେଳେ ସେମାନଙ୍କ ବୟସ ୪୪ ଓ ୨୩ବର୍ଷ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

ଜିଲାକୁ ଫେରିଥିବା ସମସ୍ତ ସୁରତ ଫେରନ୍ତାଙ୍କ ସ୍ୱାବ୍‍ ପରୀକ୍ଷା କରାଯିବା ସହ ସମସ୍ତଙ୍କୁ  ସ୍ୱାସ୍ଥ୍ୟକେନ୍ଦ୍ରରେ (ଟିଏମ୍‍ସି)ରେ ରଖାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ପରେ ସଂକ୍ରମିତଙ୍କ ଗାଁକୁ ମେଡିକାଲ ଟିମ୍‍ ପହଞ୍ଚି ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ବିଷୟରେ ଯାଞ୍ଚ ଆରମ୍ଭ ହୋଇଛି। ଜିଲାର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କଣ୍ଟେନମେଣ୍ଟ ଜୋନ ଘୋଷଣା ସହ ୧୪୪ଧାରା ଜାରି କରାଯାଇଥିବାରୁ ଉକ୍ତ କେନ୍ଦ୍ରମାନଙ୍କୁ ସାଧାରଣ ଲୋକ କିମ୍ବା ଅନୁମତି ନଥିବା କେହିବି ବ୍ୟକ୍ତି ନଯିବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ସେହିଭଳି ଜିଲାର ବାଣିଜ୍ୟିକ ପ୍ରତିଷ୍ଠାନ ଓ ଦୋକାନ ମାନଙ୍କୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବରକୁ ରେଜିଷ୍ଟର ଯୋଗେ ଲିପିବଦ୍ଧ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଆଦେଶନାମାକୁ ସମସ୍ତ ବ୍ୟବସାୟୀ ପାଳନ କରିବାକୁ ଜିଲାପାଳ ସତର୍କ କରାଯାଇ ଦେଇଛନ୍ତି। ସେହିଭଳି ଘରୋଇ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ସରକାରଙ୍କ ‘କୋଭିଡ-୧୯’ ନିର୍ଦେଶାବଳୀକୁ ଅନୁପାଳନ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ଜୀବନଜିବୀକା ଦୃଷ୍ଟିରୁ ଲୋକେ ଘରୁ ବାହାରୁଥିବା ବେଳେ ଏମାନେ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହ ମୁହଁରେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ ବୋଲି ଜିଲାପାଳ ପୁଣିଥରେ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପଞ୍ଚୁପଲି ପଞ୍ଚାୟତର ୬୦ବର୍ଷ ବୟସ୍କ ପଶ୍ଚିମବଙ୍ଗ ଫେରନ୍ତା ଅପ୍ରେଲ ୨୯ ତାରିଖରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚଳିତମାସ ୩ ତାରିଖରେ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତରେ ଦ୍ୱିତୀୟ କରୋନା ପଜିଟିଭକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲାରେ କରୋନା ପଜିଟିଭ ସଂଖ୍ୟା ୪କୁ ପହଞ୍ଚିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories