www.samajalive.in
Monday, December 8, 2025
27.1 C
Bhubaneswar

ପତ୍ର ତୋଳୁଥିବା ବେଳେ କେନ୍ଦୁପତ୍ର ତୋଳାଳୀଙ୍କ ଆକସ୍ମିକ ମୃତ୍ୟୁ

ପାଟଣାଗଡ : ପାଟଣାଗଡ କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଭଇଁଷା ଜୋନରେ କେନ୍ଦୁପତ୍ର ତୋଳୁଥିବା ବେଳେ ଭାଲୁପିଟା ଗ୍ରାମ ଜନୈକ ପତ୍ର ତୋଳାଳୀ ଶୋଭାଗିନୀ ମଲ୍ଲିକ(୫୦)ଙ୍କ ସୋମବାର ଆକସ୍ମିକ ମୃତ୍ୟୁ ହୋଇଛି।

ପ୍ରାପ୍ତ ସୂଚନାନୁସାରେ, ସବୁଦିନ ଭଳି ଆଜି ମଧ୍ୟ ଶୋଭାଗିନୀ ଭୋରରୁ କେନ୍ଦୁପତ୍ର ତୋଳିବାକୁ ବାହାରିଥିଲେ। ସକାଳ ପ୍ରାୟ ୯ ଘଣ୍ଟା ୩୦ ମିନିଟ ସମୟରେ ଭାଲୁପିଟା- ଭଇଁଷା ମୋଡେଲ ସ୍କୁଲ ରାସ୍ତାର ଡୁମେରଭାଗ ଅଞ୍ଚଳରେ ପତ୍ର ତୋଳୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରି ଏକ ଗଛ ମୂଳେ ବିଶ୍ରାମ ନେବା ଅବସ୍ଥାରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ତାଙ୍କର କିଛି ସାଥି ତୋଳାଳୀ ଏ ବିଷୟରେ ଶୋଭାଗିନୀଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ଶୋଭାଗିନୀଙ୍କ ସ୍ୱାମୀ ଝାରସୁଗୁଡା ଅଞ୍ଚଳରେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟକରୁଥିବା ହେତୁ ଲକଡାଉନ ଯୋଗୁଁ ସେ ଘରକୁ ଆସି ପାରି ନାହାନ୍ତି। ଅନ୍ୟପଟେ ଶୋଭାଗିନୀ ତାଙ୍କର ୩ ବଡ ସନ୍ତାନଙ୍କୁ ବାହା ଦେଇ ସାରିଥିବା ବେଳେ ଘରେ ଅନ୍ୟ ୩ ସନ୍ତାନ ରହିଛନ୍ତି। ଖବର ପାଇ ପାଟଣାଗଡ କେନ୍ଦୁପତ୍ର ରେଞ୍ଜର ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିବା ଯୋଗୁଁ ମୃତଦେହକୁ ଡାକ୍ତରଖାନା ଆଣିବାରେ ବହୁ ବିଳମ୍ବ ହୋଇଥିଲା। ଏହାକୁ ନେଇ ପତ୍ର ତୋଳାଳୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅପରାହ୍ଣ ପ୍ରାୟ ସାଢେ ୩ଟା ବେଳକୁ ମୃତଦେହ ଡାକ୍ତରଖାନା ଅଣାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏ ସଂକ୍ରାନ୍ତରେ ପାଟଣାଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଜଣାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସି ନ ଥିବା ଯୋଗୁଁ  ମୃତ୍ୟୁର ସଠିକ କାରଣ ଜଣା ପଡିନଥିବା ବେଳେ ସାପ କାମୁଡାରେ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଇଛି। ମୃତା ପତ୍ରତୋଳାଳୀଙ୍କ ପରିବାରକୁ ଯଥାଶୀଘ୍ର ବୀମା ସହାୟତା ରାଶି ସହ ଅନ୍ୟାନ୍ୟ ସରକାରୀ ସହାୟତା ଏବଂ ଅନୁକମ୍ପା ରାଶି ପ୍ରଦାନ କରାଯିବାକୁ ଦୃଢ ଦାବି ହୋଇଛି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories