www.samajalive.in
Tuesday, December 9, 2025
19.1 C
Bhubaneswar

ଗାଡ଼ିରୁ ତେଲ ସରିଲେ ଦେବାକୁ ପଡ଼େ ଜୋରିମାନା

ସମାଜ ପୋର୍ଟାଲ ଡେସ୍କ : ବିଶ୍ଵର ପ୍ରାୟ ଅଧିକାଂଶ ଦେଶରେ କିଛି ନା କିଛି ରହସ୍ୟ ରହିଥାଏ। ସେମିତି, ଆଜି ଆମେ ଆପଣଙ୍କୁ ଏଭଳି ଏକ ଦେଶ ବିଷୟରେ କହିବୁ ଯାହା ବେଶ୍ ପରିଚିତ ସତ ମାତ୍ର ସେହି ଦେଶର କିଛି ଗୁପ୍ତ କଥା ରହିଛି ଯାହା ବିଷୟ​‌ରେ ଆପଣ ହୁଏତ ଜାଣିନଥିବେ। ଆପଣ ନିଶ୍ଚିତ ଭାବରେ ଜର୍ମାନୀର ନାମ ଶୁଣିଥିବେ। ଯେଉଁ ଦେଶରେ ଏକଦା ଏକଛତ୍ରବାଦୀ ଶାସକ ହିଟଲର ଥିଲେ ଏବଂ ତାଙ୍କ ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା। ଯଦିଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଥିଲା, କିନ୍ତୁ ଆଜି ଏହି ଦେଶର ନାମ ବିଶ୍ଵର ୧୦ଟି ଶକ୍ତିଶାଳୀ ଦେଶ ମଧ୍ୟରେ ଗଣତି ହେଉଛି। ବର୍ତ୍ତମାନ ସମୟରେ ଇଞ୍ଜିନିୟରିଂ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଜର୍ମାନୀ ପ୍ରଥମ ସ୍ଥାନରେ ରହିଛି। ଏହି ଦେଶ ସହିତ ଜଡିତ ଆହୁରି ଅନେକ କୌତୁହଳପୂର୍ଣ୍ଣ ତଥ୍ୟ ରହିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଜର୍ମାନୀ ହେଉଛି ଏକ ଦେଶ ଯେଉଁଠାରେ ଆପଣ ରାଜପଥରେ ଉଚ୍ଚ ବେଗରେ ଗାଡି ଚଳାଇ ପାରିବେ, ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। କିମ୍ବା ଏଥିପାଇଁ ଆପଣଙ୍କୁ ଦଣ୍ଡିତ ହେବାକୁ ପଡ଼ିବ ନାହିଁ। କିନ୍ତୁ ଯଦି ଜାତାୟତ ସମୟରେ ଆପଣଙ୍କ ଗାଡିର ଇନ୍ଧନ ସରିଯାଏ, ତେବେ ଏହା ଅପରାଧ ବୋଲି ଧରାଯିବ। ଏଥିପାଇଁ ଆପଣଙ୍କୁ ଦଣ୍ଡିତ ହେବାକୁ ପଡ଼ିବ ଏବଂ ଜୋରିମାନା ମଧ୍ୟ ଦେବାକୁ ହେବ।
ସାଧାରଣତଃ, ଭାରତ ସମେତ ଅନେକ ଦେଶରେ ଲୋକମାନେ ଜନ୍ମଦିନର ଶୁଭେଚ୍ଛା ଆଗୁଆ ଦେଇଥାନ୍ତି, କିନ୍ତୁ ଜର୍ମାନୀରେ ଏହାକୁ ବ୍ୟାଡଲକ୍ ଭାବରେ ବିବେଚନା କରାଯାଏ। ଏଠିକାର ଲୋକ ଜନ୍ମଦିନରେ ହିଁ ଶୁଭେଚ୍ଛା ଜଣାଇଥାନ୍ତି।
ବିଶ୍ଵର ଅଧିକାଂଶ ଦେଶରେ ଲୋକମାନେ ଡାକିବା ସମୟରେ କିମ୍ବା ଫୋନ୍ ଉଠାଇବା ସମୟରେ, ’ହ୍ୟାଲୋ’ ଶବ୍ଧର ବ୍ୟବହାର କରନ୍ତି ଏବଂ ପରେ କଥାବାର୍ତ୍ତା ଆରମ୍ଭ କରନ୍ତି, କିନ୍ତୁ ଏଠାର ଲୋକମାନେ ଫୋନରେ ସିଧାସଳଖ ସେମାନଙ୍କ ନାମ କହି କଥାବାର୍ତ୍ତା ଆରମ୍ଭ କରନ୍ତି। ବିଶ୍ୱରେ ସର୍ବାଧିକ ସଂଖ୍ୟକ ପ୍ରାଣୀ ଉଦ୍ୟାନ ଜର୍ମାନୀରେ ରହିଛି। ଏହା ବ୍ୟତୀତ ଏଠାରେ ବିଶ୍ଵର ସବୁଠାରୁ ବଡ଼ ଚର୍ଚ୍ଚ ରହିଛି। ଯାହାର ନାମ ’ଉଲମ ମିସଣ୍ଟର’। ଏହି ଚର୍ଚ୍ଚର ଉଚ୍ଚତା ପ୍ରାୟ ୫୩୦ ଫୁଟ। ଏହା ଏତେ ବଡ ଯେ ଏଠାରେ ଦୁଇ ହଜାର ଲୋକ ଏକତ୍ର ପାର୍ଥନା କରିପାରିବେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories