www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ଼-୧୯ : ୪ ହଜାର ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇଲେ ସଚିନ୍

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କୋଭିଡ -୧୯ ମହାମାରୀ ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ୪ ହଜାର ଗରିବ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ମାଷ୍ଟର ବ୍ଲାଷ୍ଟର ମୁମ୍ବଇ ସ୍ଥିତ ଏକ ଏନଜିଓ ’ହାଇ ୫’ କୁ ଏହି ଦାନ କରିଛନ୍ତି। ମାତ୍ର ସଚିନ୍ କେତେ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ସେ ନେଇ କୌଣସି ସୂଚନା ମିଳିପାରିନାହିଁ।
ତେନ୍ଦୁଲକର ଟ୍ବିଟ୍ କରି ଲେଖିଛନ୍ତି, ଗରିବ ଅସହାୟ ପରିବାରକୁ ସହାୟତାର ହାତ ବଢାଉଥିବା ଏନଜିଓ ’ହାଇ୫’ର ଉଦ୍ୟମକୁ ମୋର ଶୁଭେଚ୍ଛା। ଏନଜିଓ ସଂସ୍ଥା ’ହାଇ-୫’ ମଧ୍ୟ ତେନ୍ଦୁଲକରଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଜଣାଇଛି। ’ହାଇ-୫’ ଟ୍ବିଟ୍ କରି ସଚିନଙ୍କୁ ଟ୍ୟାଗ୍ କରି ଧନ୍ୟବାଦ ଜଣାଇଛନ୍ତି।

ଏହାପୂର୍ବରୁ ତେନ୍ଦୁଲକର ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦାନ କରିସାରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories