www.samajalive.in
Monday, December 8, 2025
17.1 C
Bhubaneswar

ଗ୍ୟାସ୍‌ ଲିକ୍‌ ପରର ଛାତିଥରା ଦୃଶ୍ୟ: ରାସ୍ତାରେ ଟଳିପଡ଼ିଲେ ମଣିଷ ଓ ଜୀବଜନ୍ତୁ, ପୋଡ଼ିଗଲା ଗଛପତ୍ର

ବିଶାଖାପାଟଣା: କିଏ ବଜାର ଆସିଥିଲେ ତ କିଏ ନିଜ କାମରେ ଘରୁ ବାହାରିଥିଲେ। ଆଉ କିଏ ପନିପରିବା କିଣି ଘରକୁ ଫେରୁଥିଲେ। କିନ୍ତୁ ହଠାତ୍‌ ଜଣକ ପରେ ଜଣେ ଚେତା ହରାଇ ରାସ୍ତାରେ ଟଳିପଡ଼ିଲେ। ଯିଏ ଯେଉଁଠି ଥିଲେ ସେହିଠାରେ ଅସୁସ୍ଥ ଅନୁଭୂବ କରିବା ସହିତ ତଳେ ପଡ଼ିଯାଉଥିଲେ। ଆଉ କିଏ ଗାଡ଼ିରୁ ଓହ୍ଲାଇ ପାଖରେ ଆଉଜି ବସି ପଡିଥିଲେ। କେହି କିଛି ବୁଝି ପାରୁ ନ ଥିଲେ। ଏପରି ଭୟଙ୍କର ଏବଂ ହୃଦୟ ବିଦାରକ ଥିଲା ​‌ଆରଆର ଭେଙ୍କଟପୂରମ ଓ ଏହା ଆଖପାଖ ଅଞ୍ଚଳର ଦୃଶ୍ୟ। ବିଷାକ୍ତ ଗ୍ୟାସ କବଳରେ କିଏ ଡ୍ରେନ କଡ଼ରେ ପଡ଼ିଥିଲେ ତ କିଏ ରାସ୍ତାକଡ଼ରେ ପଡ଼ିଥିଲେ। ଯେଉଁମାନଙ୍କ ଉପରେ ଗ୍ୟାସ୍‌ର ପ୍ରଭାବ କମ୍‌ ରହିଥିଲା ସେମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କମ୍‌ ବୟସର ପିଲା ଏବଂ ବୟସ୍କ ଲୋକମାନେ ଏହି ଗ୍ୟାସ୍‌ ଦ୍ବାରା ଅସୁସ୍ଥ ହୋଇପଡ଼ିଥିଲେ।

Image Courtesy: Aajtak

ଭେଙ୍କଟପୂରମରେ ଥିବା ଏଲଜି ପଲିମର କମ୍ପାନୀରୁ ଆଜି ଭୋରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଧୀରେ ଧୀରେ ଗ୍ୟାସ ପୂରା ଅଞ୍ଚଳକୁ ବ୍ୟାପିଯାଇଥିଲା। ବିଷାକ୍ତ ଗ୍ୟାସ ଯୋଗୁ ଲୋକଙ୍କ ଚର୍ମ ଜଳାପୋଡ଼ା ହେବା ସହିତ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହେଉଥିଲା। କେବଳ ମଣିଷ ନୁହଁନ୍ତି, ନିରୀହ ପଶୁପକ୍ଷୀମାନଙ୍କ ଅବସ୍ଥା ବି ସମାମ। କୁକୁର ଓ ଅନ୍ୟ ପଶୁପକ୍ଷୀମାନେ ଏହି ଗ୍ୟାସ ଯୋଗୁ ବୁଲେଇ ବୁଲେଇ ହୋଇ ତଳେ ପଡ଼ିଯାଉଥିବା ଦେଖାଯାଇଥିଲା। ଅନେକ ସ୍ଥାନରେ ଗଛର ପତ୍ର ପୋଡ଼ିଯାଇଥିବା ଦେଖାଯାଇଛି।

- Advertisement -
Image Courtesy: Aajtak

ତେବେ ଏହି ବିଷାକ୍ତ ଗ୍ୟାସ କିପରି ଉକ୍ତ କମ୍ପାନୀରୁ ଲିକ୍‌ ହେଲା ଏବଂ ଏହା କି ପ୍ରକାର ଗ୍ୟାସ ତାହା ଏଯାଏ ଜଣାପଡ଼ି ନାହିଁ। ପ୍ରାଥମିକ ଅନୁସନ୍ଧାନରୁ ଏହା ପିଭିସି କିମ୍ବା ଷ୍ଟେରେନ୍‌ ଗ୍ୟାସ ବୋଲି କୁହାଯାଉଛି। ବିଶାଖାପାଟଣା ନଗର ନିଗମ କମିଶନର ଶ୍ରୀଜନା ଗୁମ୍ମଲ୍ଲା କହିଛନ୍ତି, ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ପିଭିସି କିମ୍ବା ଷ୍ଟେରେନ୍‌ ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାପଡ଼ିଛି। ଭୋର ପ୍ରାୟ ୩ଟାରେ ଗ୍ୟାସ୍‌ ଲିକ୍‌ ଆରମ୍ଭ ହୋଇଛି। ଫଳରେ ଆଖପାଖର ଶତାଧିକ ଲୋକ ଏଥିରେ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଏହି ଗ୍ୟାସ୍‌ ଲିକ୍‌ ଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories