www.samajalive.in
Monday, December 8, 2025
20.1 C
Bhubaneswar

ଏହି ମାସ ଶେଷ ସୁଦ୍ଧା ଭାରତରେ ଲଞ୍ଚ ହୋଇପାରେ ହ୍ବାଟ୍ସ ଆପ୍ ପେ

ନୂଆଦିଲ୍ଲୀ : ଭାରତରେ ଗତ ଦୁଇ ବର୍ଷ ଧରି ହ୍ବାଟ୍ସ ଆପ୍ ପେ ବିଟା (WhatsApp Pay Beta) ଉପଲବ୍ଧ ଥିଲା, କିନ୍ତୁ ଏହା ଆନୁଷ୍ଠାନିକ ଭାବେ ଲଞ୍ଚ ହୋଇନଥିଲା। ଏହାର କାରଣ ହେଉଛି ଏପର୍ୟ୍ୟନ୍ତ ଭାରତରେ କିଛି ଅନୁମତି ମିଳିପାରି ନାହିଁ। ରିପୋର୍ଟ ଅନୁଯାୟୀ, ଚଳିତ ମାସ ଶେଷ ସୁଦ୍ଧା ହ୍ବାଟ୍ସ ଆପ୍ ପେ ଲଞ୍ଚ ହୋଇପାରେ।

ଏହା ପୂର୍ବରୁ କୁହାଯାଇଥିଲା ଯେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅର୍ଥାତ୍ NPCI ହ୍ବାଟ୍ସ ଆପ୍ ପେ ଭାରତରେ ଲଞ୍ଚ କରିବାକୁ ଅନୁମତି ଦେଇଛି ଏବଂ ଏହା ବିଭିନ୍ନ ପର୍ୟ୍ୟାୟରେ ଲଞ୍ଚ ହେବ।

- Advertisement -

ହ୍ବାଟ୍ସ ଆପ୍ ର ଏହି ବିକାଶ ଉପରେ ନଜର ରଖିଥିବା ଦୁଇ ଜଣ ବ୍ୟାଙ୍କର ଙ୍କ ଏକ ମନି କଣ୍ଟ୍ରୋଲ୍ ରିପୋର୍ଟରେ କୁହାଯାଇଛି ଯେ, ଏହି ମାସ ଶେଷରେ ହ୍ବଟ୍ସ ଆପ୍ ପେ ଲାଇଭ୍ ହେବ।

ଏଥିପାଇଁ ହ୍ବାଟ୍ସ ଆପ୍ କମ୍ପାନୀ ଭାରତର ଶ୍ରେଷ୍ଠ ବ୍ୟାଙ୍କ ସହ ସହଭାଗୀ ହୋଇଛି। ଏଥିମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କ ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରଥମ ପର୍ୟ୍ୟାୟ ପାଇଁ ପ୍ରସ୍ତୁତ ନୁହେଁ।

ମନି କଣ୍ଟ୍ରୋଲ ର ହ୍ବାଟ୍ସ ଆପ୍ ର ମୁଖପାତ୍ର କହିଛନ୍ତି ଯେ, ‘ସମସ୍ତ ବ୍ୟବହାରକାରୀଙ୍କୁ ହ୍ବାଟ୍ସ ଆପ୍ ପେମେଣ୍ଟ ଦେବା ପାଇଁ ଆମେ ସରକାରଙ୍କ ସହ ନିରନ୍ତର ଭାବେ ଚେଷ୍ଟା କରୁଛୁ। ହ୍ବାଟ୍ସ ଆପ୍ ରେ ଦେୟ ଭାରତରେ କୋଭିଡ-୧୯ ସମୟରେ ୪୦୦ ମିଲିୟନ୍ ଉପଭୋକ୍ତାଙ୍କୁ ସୁରକ୍ଷିତ କାରବାରରେ ସାହାଯ୍ୟ କରିପାରିବ।

ସୂଚନାଯୋଗ୍ୟ, ହ୍ବାଟ୍ସ ଆପ୍ ର ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ଭାରତୀୟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓରେ ବିନିଯୋଗ କରିଛି। ଏହା ପରେ ବର୍ତ୍ତମାନ ଆଶା କରାଯାଉଛି ଯେ ହ୍ବାଟ୍ସ ଆପ୍ ଏବଂ ଜିଓ ଏକତ୍ର ହୋଇ ଏକ ସୁପର ଆପ୍ ଲଞ୍ଚ କରିପାରିବେ ଯେଉଁଠାରେ ପେମେଣ୍ଟ ମଧ୍ୟ ଏକ ବିକଳ୍ପ ରହିବ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories