www.samajalive.in
Monday, December 8, 2025
17.1 C
Bhubaneswar

ମାନିଲେନି ଅମାନିଆ ; ସାକ୍ଷୀଗୋପାଳ ବ୍ୟାଙ୍କ ଆଗରେ ପ୍ରବଳ ଗହଳି

ସୁଆଣ୍ଡୋ: ସାକ୍ଷୀଗୋପାଳରେ ଅମାନିଆ ମାନେ କରୋନା କଟକଣାକୁ ମାନିଲେନି। ଏମାନଙ୍କ ବିଚାରରେ ସତେ ଯେମିତି କିଛି ହୋଇନି। ସରକାରଙ୍କ ଦୁଇମାସ ଧରି ନିରବଚ୍ଛିନ୍ନ ସଚେତନତା କାର୍ଯ୍ୟକ୍ରମ ବୃଥା ହେଲା ଭଳି ପରିଲକ୍ଷିତ ହୋଇଛି । ଏହାର ନିଚ୍ଛକ ଉଦାହରଣ ମଙ୍ଗଳବାର ଦେଖିବାକୁ ମିଳିଛି ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କ ଏଟିଏମ କାଉଣ୍ଟର ଓ ଗ୍ରାମ୍ୟବ୍ୟାଙ୍କ କାର୍ଯ୍ୟାଳୟ ଆଗର ଦୃଶ୍ୟ। ଜନ୍ଦା ପିମ୍ପୁଡି ବେଢିଲା ପରି ଲୋକ ହାଉ ଜାଉ। ମୁହଁରେ ମାକ୍ସ କି ସମଦୂଳତା ନିୟମକୁ ଲୋକମାନେ ଫୁ କରି ଉଡେଇ ଦେଇଛନ୍ତି। ଏହି ଅମାନିଆଙ୍କୁ ଶୃଙ୍ଖଳିତ କରିବା ପାଇଁ ବ୍ୟାଙ୍କ କର୍ତୃପକ୍ଷଙ୍କ ଆଗ୍ରହ ନ ଥିବା ବେଳେ ପ୍ରଶାସନିକ ଅଧିକାରୀ ଦେଖି ନ ଦେଖିଲା ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଏ ସମ୍ପର୍କିତ ଖବର ବିଗତ ଦିନରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାଙ୍କ ମ୍ୟାନେଜର ମାନଙ୍କୁ ସଚେତନ କରାଯାଇଥିଲା। ହେଲେ ବ୍ୟାଙ୍କ କର୍ତୃପକ୍ଷ ଲୋକ ଦେଖାଣିଆ ଭାବେ ସଜାଗ ହୋଇ ପରେ ଏବେ ସବୁ ଫ୍ରି କରି ଦେଇଛନ୍ତି । ସ୍ଥିତି ବିଗିଡିବା ଆଗରୁ ଜିଲାପାଳ ତୁରନ୍ତ ଏଦିଗରେ ନଜର ଦେବାକୁ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories