www.samajalive.in
Thursday, December 11, 2025
27.1 C
Bhubaneswar

ରାଜଧାନୀବାସୀଙ୍କୁ ନିସ୍ତାର ନାହିଁ; ରେଡ଼୍ ଜୋନରେ ରହିବ ଭୁବନେଶ୍ବର ମହାନଗର ନିଗମ

ଭୁବନେଶ୍ୱର (ବ୍ୟୁରୋ): ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଆରମ୍ଭ ହେଉଛି । ଏହି ଲକ୍ଡ଼ାଉନ କାଳରେ ଗ୍ରୀନ, ଅରେଞ୍ଜ ଓ ରେଡ଼୍ ଜୋନ୍ ନିମନ୍ତେ ଅଲଗା ମାର୍ଗଦର୍ଶିକା ଜାରି କରାଯାଇଛି । ରାଜ୍ୟର କରୋନା ହଟସ୍ପଟ ପାଲଟିଥିବା ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲା ରେଡ଼୍ ଜୋନରେ ଥିବାବେଳେ ଅରେଞ୍ଜ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ଢ଼େଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲା ରହିଛି । ଭୁବନେଶ୍ବର ମହାନଗର ନିଗମକୁ ବାଦ ଦେଇ ଖୋର୍ଧା ଜିଲାର ଅବଶିଷ୍ଟ ଅଞ୍ଚଳକୁ ମଧ୍ୟ ଅରେଞ୍ଜ ଜୋନରେ ରଖାଯାଇଛି । ଅବଶିଷ୍ଟ ଜିଲାଗୁଡ଼ିକୁ ଗ୍ରୀନ୍ ଜୋନ୍ ମାନ୍ୟତା ମିଳିଛି ।

ତେବେଖୋର୍ଧା ଜିଲା ଅରେଞ୍ଜ ଜୋନରେ ଥିବାବେଳେ ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ଅଞ୍ଚଳକୁ ରେଡ଼୍ ଜୋନରେ ସାମିଲ ଅନେକଙ୍କ ପାଇଁ ଅବୋଧ୍ୟ ହୋଇଛି । କିନ୍ତୁ ଏହା ପଛରେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ରହିଥିବା କିଛି ମହଲରେ ଯୁକ୍ତି କରାଯାଉଛି । ରାଜଧାନୀର ଲୋକ ସଂଖ୍ୟା ପ୍ରାୟ ୮ ଲକ୍ଷ ଓ ସହରାଞ୍ଚଳରେ ୩୦୦ରୁ ଊର୍ଦ୍ଧ ବସ୍ତି ରହିଛି । ମହାନଗର ଲୋକସଂଖ୍ୟାର ଏକ ବଡ଼ ଅଂଶ ଏହି ବସ୍ତିରେ ବସବାସ କରୁଛନ୍ତି । ଲକ୍ଡ଼ାଉନ ଜନିତ ନିୟନ୍ତ୍ରଣ ଯୋଗୁଁ ଏଠାରେ ପରିସ୍ଥିତି ତୁଳନାତ୍ମକ ଭାବରେ ଭଲ ରହିଛି । ତେଣୁ ଏହାକୁ ଢ଼ିଲା କରିବାକୁ ହୁଏତ ସରକାର ଚାହୁଁ ନାହାନ୍ତି । ଅପରପକ୍ଷରେ ବିଭିନ୍ନ ରାଜ୍ୟରୁ ଶ୍ରମିକ ଓ ପ୍ରବାସୀଙ୍କୁ ନେଇ ଟ୍ରେନ୍ ଭୁବନେଶ୍ବରକୁ ଆସୁଛି । ତେଣୁ ଭୁବନେଶ୍ବରରେ ଅରେଞ୍ଜ ଜୋନ୍ ପରି ଢ଼ିଲା ଛାଡ଼ିଲେ ବିପଦ ଆସିବାର ଆଶଙ୍କା ରହିଛି ବୋଲି ହୁଏତ ମନେ କରାଯାଉଛି ।

- Advertisement -

ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଛି ପଶ୍ଚିମବଙ୍ଗ ଫେରନ୍ତା ଗଳାବାଟ ଦେଇ ଭୁବନେଶ୍ବରରେ ପହଞ୍ଚିଛନ୍ତି । ମୋବାଇଲ ଟ୍ରାକିଂରୁ ଏହି ତଥ୍ୟ ସରକାରଙ୍କ ନିକଟରେ ପହଞ୍ଚିଛି । ସେମାନଙ୍କୁ ଟ୍ରାକିଂ କରିବା ପାଇଁ ଉଦ୍ୟମ ଜାରି ରହିଛି । କାଳେ ସେମାନଙ୍କ ଦ୍ବାରା ସଂକ୍ରମଣ ଅଧିକ ବ୍ୟାପିବ ସେଥିପାଇଁ ରେଡ଼୍ ଜୋନ୍ କଟକଣା ଭୁବନେଶ୍ବରରେ ଜାରି ରହିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories